ଗଜପତି

ରାଜ୍ୟରାଣୀ ଏକ୍ସପ୍ରେସରେ ଆଲୋକ ବ୍ୟବସ୍ଥା ବିଭ୍ରାଟ

ପାରଳାଖେମୁଣ୍ଡି, ୨୮ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦେଇଯାଉଥିବା ଗାଡି ସଂଖ୍ୟା -୧୮୧୧୮ ଗୁଣୁପୁର- ରାଉଲକେଲା ରାଜ୍ୟରାଣୀ ଏକ୍ସପ୍ରେସର ବଗିଗୁଡିକରେ ଦିର୍ଘଦିନ ହେଲାଣି ଲାଇଟ ଜଳୁନାହିଁ କିମ୍ବା ପଙ୍ଖା ବୁଲୁନାହିଁ। ଏହାକୁ ନେଇ ବିଭିନ୍ନ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଯାଇଛି। ଯାତ୍ରୀଙ୍କ କହିବା ଅନୁଯାଇ ଏସମ୍ପର୍କରେ ରେଳବାଇ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପ୍ରତିଦିନ ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ସିଧା ଯାତ୍ରା କରିବା ପାଇଁ ଏହି ଗାଡି ଉପରେ ବହୁ ଯାତ୍ରୀ ଏବଂ ପରିବାରଗୁଡିକ ନିର୍ଭର କରିଥାନ୍ତି। ତେବେ ଏହି ଗାଡିରେ ଯାତ୍ରୀମାନେ ବର୍ତ୍ତମାନ ଯାତ୍ରା କରିବା ପାଇଁ ଭୟ କରିବା ସହ ସୁରକ୍ଷିତ ବୋଲି ଭାବୁନାହାନ୍ତି। ଏହି ଗାଡିରେ ଯାତ୍ରା କରୁଥିବା ଯାତ୍ରୀମାନେ ଆଲୁଅ ପାଇଁ ଗାଡି ମଧ୍ୟରେ ମୋବାଇଲ ଟର୍ଚ୍ଚକୁ ହିଁ ଭରସା କରୁଛନ୍ତି। ସରକାରଙ୍କ ପକ୍ଷରୁ ବୁଲେଟ ଟ୍ରେନ ଗଡିବ ବୋଲି ଯୋଜନା ହେଉଥିବା ବେଳେ ରାଜ୍ୟରାଣୀ ଏକ୍ସପ୍ରେସରେ ଏହିପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଯାତ୍ରୀ ଅସନ୍ତୋଷ ଜାହିର କରିଛନ୍ତି। ବିନା ଆଲୋକରେ ମହିଳା, ବୃଦ୍ଧ/ବୃଦ୍ଧା ଏବଂ ଶିଶୁମାନଙ୍କ ଯାତ୍ରା ଏହି ଗାଡିରେ ସମ୍ପୁର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ବିଭାଗ ପକ୍ଷରୁ ଏଥିପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହି ଗାଡିରେ ଯାତ୍ରା ସୁରକ୍ଷିତ ହୋଇପାରନ୍ତା ବୋଲି କୃଷ୍ଣ କୁମାର ବେହେରା, ସଂଗ୍ରାମ ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ, ଦୁର୍ଗା ତାମରା ପ୍ରମୁଖ ଯାତ୍ରୀମାନେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top