ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଲେ ସରକାର: ବିଭ୍ରାନ୍ତିକର ବିଜ୍ଞାପନ ଚାଷୀକୂଳ ପାଇଁ ଉପହାସ

ଭୁବନେଶ୍ୱର ତା ୮.୯(ଓଡ଼ିଆ ପୁଅ) – ନିର୍ବାଚନ ଯେତିକି ପାଖେଇ ଆସୁଛି ବିଗତ ୧୮ ବର୍ଷର ଉପଲବ୍ଧô ନୁହେଁ ଧାରବାହିକ ବିଫଳତାକୁ ନେଇ ବିବ୍ରତ ହୋଇପଡ଼ିଛନ୍ତି ନବୀନ ବାବୁଙ୍କ ସରକାର। ଭାବମୁର୍ତିର ସଂକଟ ପାରିହେବା ପାଇଁ ରାଜ୍ୟପାଳଙ୍କୁ ବି ବଳିପକାଇଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଓ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀମାନେ ଗୃହରେ ମିଥ୍ୟା ତଥ୍ୟ ଦେବା ଅନେକ ନଜିର ରହିଛି। କିନ୍ତୁ ମିଥ୍ୟା ଆତ୍ମପ୍ରଚାର ଓ ବାହାବାହା ପାଇଁ ରାଜ୍ୟ ସରକାର ଏତେ ଆକୁଳ ହୋଇଯାଇଛନ୍ତି ଯେ ମହାମହୀମ ରାଜ୍ୟପାଳଙ୍କୁ ଫସାଇବାରେ ମଧ୍ୟ ପଛାଉ ନାହାଁନ୍ତି। କୌଣସି ସଭା ସମିତି ବା ଅନ୍ୟ କୌଣସି ସାଧାରଣ ସ୍ଥାନରେ ନୁହେଁ ବରଂ ବିଧାନ ସଭାରେ ପବିତ୍ର ଗୃହରେ ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ମିଥ୍ୟା ଗୁଣଗାନ କରାଇବାରେ ସଫଳ ହୋଇଛନ୍ତି ନବୀନ। ଚଳିତ ବର୍ଷ ବଜେଟ ଅଧିବେସନ ସମୟରେ ତତ୍କାଳିନ ରାଜ୍ୟପାଳ ଶ୍ରୀଯୁକ୍ତ ଏସ. ସି. ଜମୀର ଗୃହରେ ଦେଇଥିବା ଅଭିଭାଷଣରେ କହିଥିଲେ ଯେ ଓଡ଼ିଶା ଦୁଗ୍ଧ ଉତ୍ପାଦନରେ ସ୍ୱାବଲମ୍ବି ହେବାସହ ଏକ ବଳକା ରାଜ୍ୟ ହୋଇପାରିଛି। ରାଜ୍ୟପାଳ ଗୃହକୁ ଦେଇଥିବା ତଥ୍ୟ ସତ୍ୟ ଉପରେ ଆଧାରିତ ନଥିଲା ଅର୍ଥାତ ରାଜ୍ୟପାଳ ଗୃହକୁ ୨୦.୩.୨୦୧୮ ରେ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ଆଶ୍ଚର୍ଯ୍ୟର କଥା ୨୪.୪.୨୦୧୮ ରେ ରାଜ୍ୟ ମତ୍ସ୍ୟପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥି ସମାନ ପ୍ରଶ୍ନ ଉପରେ ଗୃହରେ ଉତର ରଖି କହିଥିଲେ ଯେ ରାଜ୍ୟରେ ହାରାହାରୀ ବାର୍ଷିକ ୩୩୨୮ ହଜାର ମେଟ୍ରିକ ଟନ ଦୁଗ୍ଧର ଆବଶ୍ୟକତା ରହିଛି ଓ ୨୦୦୨ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ହେଉଛି। ମନ୍ତ୍ରୀ ମହାରଥିଙ୍କ ଦ୍ୱାରା ଗୃହରେ ଦିଆଯାଇଥିବା ଉତର ରାଜ୍ୟପାଳଙ୍କୁ ଉତର ସହିତ ସାମଞ୍ଜସ୍ୟ ରହୁନଥିବାରୁ ସରକାରଙ୍କ ଷଡ଼ଯନ୍ତ୍ରର ଖୁଲାସା ହୋଇଛି। ମହାରଥିଙ୍କ ଦ୍ୱାରା ଗୃହରେ ଦିଆଯାଇଥିବା ଉତର ରାଜ୍ୟପାଳଙ୍କୁ ଉତର ସହିତ ସାମଞ୍ଜସ୍ୟ ରହୁନଥିବାରୁ ସରକାରଙ୍କ ଷଡ଼ଯନ୍ତ୍ରର ଖୁଲାସା ହୋଇଛି। ଗୋଟିଏ ପଟେ ରାଜ୍ୟପାଳ କହୁଛନ୍ତି ରାଜ୍ୟ ଦୁଗ୍ଧ ଉତ୍ପାଦନରେ ବଳକା ଓ ଅନ୍ୟପଟେ ମନ୍ତ୍ରୀ ସ୍ୱୀକାର କରୁଛନ୍ତି ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ନିଅଂଟିଆ ରାଜ୍ୟ। ଏହି ହୀନ ପ୍ରୟାସ ପ୍ରମାଣିତ କରୁଛି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ମିଥ୍ୟା କୁହାକରାଇଛନ୍ତି। ଗୃହର ନେତାଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମାମାଗନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଦାବି କରିଛନ୍ତି।

କେବଳ ସେତିକି ନୁହେଁ ରାଜ୍ୟ ସରକାର ବିଭ୍ରାନ୍ତକର ତଥ୍ୟ ଉପସ୍ଥାପନ କରି ଯେଉଁ ଉପଲବ୍ଧôର ବିଜ୍ଞାପନ ଦେଉଛନ୍ତି ତାହା ସତ୍ୟ ଉପରେ ଆଧାରିତ ନୁହେଁ। କୃଷକଙ୍କ ଆୟ ବୃଦ୍ଧିରେ ଓଡିଶା ଦେଶର ଦୃତତମ ରାଜ୍ୟବୋଲି ଖବର କାଗଜରେ ଯେଉଁ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି ତାହା କୃଷି ଓ କୃଷକଙ୍କ ବାସ୍ତବ ଆର୍ଥିକ ସ୍ଥିତି ଉପରେ ଆଧାରିତ ନୁହେଁ। ସରକାର ଜାତୀୟ ସର୍ବେକ୍ଷଣ ସଂସ୍ଥା ୨୦୦୨-୦୩ ର ୫୯ତମ ରିପୋର୍ଟ ଓ ୨୦୧୨-୧୩ ର ୭୦ତମ ରିପୋର୍ଟକୁ ଆଧାରଭାବେ ନେଇଥିବା ବେଳେ ୧୫-୧୬ ଏନ୍ଏଏଫଆଇଏସ୍ର ରିପୋର୍ଟକୁ ଆଧାର କରିଛନ୍ତି। ତେବେ ଏନ୍ଏସ୍ର ୭୨ତମ ରିପୋର୍ଟ ବଦଳରେ ଏନ୍ଏଏଫଆଇଏସ୍ର ରିପୋର୍ଟକୁ ଚତୁରତାର ସହିତ ବିଜ୍ଞାପନରେ ସ୍ଥାନିତ କରିଛନ୍ତି। ସରକାରଙ୍କ ଏହୁ ଚତୁରତା ଉପରେ ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ କମଟି। ଗୋଟିଏ ପଟେ ସରକାର କହୁଛନ୍ତି କୃଷକଙ୍କ ଆୟବୃଦ୍ଧିର ଓଡିଶା ଏକ ଦୃତତମ ରାଜ୍ୟ ଅପରପକ୍ଷରେ ରାଜ୍ୟ କୃଷି ବିଭାଗର ନିଜସ୍ୱ ରିପୋର୍ଟ ବାସ୍ତବ କଥାକୁ ପଦାକୁ ଆଣିଛି। ସରକାର ସ୍ୱୀକାର କରିଛନ୍ତି ୧୨-୧୩ରେ ରାଜ୍ୟରେ ଧାନ କ୍ୱିଂଟାଲ ପିଛା ଉତ୍ପାଦନ ଖର୍ଛ ହେଉଥିଲା ଟ. ୧୨୭୫.୧୯ ପଇସା ଅପରପକ୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଥିଲା ୧୨୫୦ ଟଙ୍କା ପ୍ରତି କ୍ୱିଂଟାଲ। ସେହିଭଳି ୧୫-୧୬ରେ ୨୩୪୪ ଟଙ୍କା ଉତ୍ପାଦନ ମୂଲ୍ୟ ଥିବାବେଳେ ୧୪୧୦ ଟଙ୍କା ଥିଲା ବିକ୍ରୟ ମୂଲ୍ୟ କ୍ୱିଂଟାଲ ପିଛା। ଅର୍ଥାତ ୮୭୪ ଟଙ୍କା ଚାଷୀକୁ କ୍ଷତି ସହିବାକୁ ପଡ଼ୁଥିଲା। ରାଜ୍ୟର ମୋଟ ଧାନ ଉତ୍ପାଦନକୁ ବିଚାରକୁ ନେଲେ ଏହି ବର୍ଷମାନଙ୍କରେ କ୍ଷତିର ପରିମାଣ ୧୦ ହଜାରରୁ ୧୫ ହଜାର କୋଟି ଟଙ୍କା ରହିଥିଲା। ଏପରି ସ୍ଥଳେ କେଉଁଭଳି ଭାବେ ରାଜ୍ୟର କୃଷକମାନଙ୍କର ଆୟ ବଢ଼ିଲା ତାହାକୁ ନେଇ ଉଠୁଛି ପ୍ରଶ୍ନ। କାରଣ ରାଜ୍ୟରେ ୭୦ଭାଗ ହେଲେ ଧାନ ଚାଷୀ। ନବୀନ ବାବୁ ଓ ତାଙ୍କ ସରକାର ବିଭ୍ରାନ୍ତିକର ଓ ବିକୃତ ତଥ୍ୟକୁ ଆଧାରକରି ବିଜ୍ଞାପନରେ ରାଜ୍ୟବାସୀଙ୍କ କୋଟି କୋଟି ଟଙ୍କାର ଟିକସ ଅର୍ଥକୁ ବରବାଦ ନକରନ୍ତୁ ବୋଲି କଂଗ୍ରେସ ପରାମର୍ଶ ଦେଇଛି। ଏହି ସାମ୍ବାଦିକ ସମ୍ମିଳନିରେ କଂଗ୍ରେସ ନେତା ରବିନ୍ଦ୍ର ଆଚାର୍ଯ୍ୟ ଓ ନରେଶ ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *