ଓଡ଼ିଶା

ରାଜ୍ୟପାଳଙ୍କ ଭେଟିଲେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପଛୁଆବର୍ଗ କମିଶନ ଗଠନ ପାଇଁ ଦେଲେ ସ୍ମାରକପତ୍ର

ଭୁବନେଶ୍ୱର, ତା ୨୬ା୬ (ଓଡ଼ିଆ ପୁଅ) : ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଙ୍କୁ ଆଜି ଏକ ସୌଜନ୍ୟମୂଳକ ସାକ୍ଷାତ କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଶ୍ରୀ ବେହେରା (୧) ରାଜ୍ୟରେ ପଛୁଆବର୍ଗ କମିଶନ ଭଳି ଏକ ସାମ୍ବିଧାନିକ ଆୟୋଗ ଗଠନ କରିବା (୨) ନାମଲେଖା ଋତୁ ବିଭିନ୍ନ କଲେଜ ଓ ୟୁନିଭରସିଟ୍ ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୨୭ ଭାଗ ସ୍ଥାନ ସଂରକ୍ଷଣ କରିବା ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ପଛଆବର୍ଗଙ୍କୁ ୨୭ଭାଗ ସଂରକ୍ଷଣ ଦେବା, ଏପରିକି ଯେହେତୁ ରାଜ୍ୟ ସରକାର ବିଭିନ୍ନ ଶୂନ୍ୟ ପଡ଼ିଥିବା ପଦବୀ ପୂରଣ ପାଇଁ କଣ୍ଟ୍ରାକ୍ଟଚୁଆଲ୍ ଓ ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି, ତେଣୁ ଏହି ନିଯୁକ୍ତିମାନଙ୍କରେ ମଧ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଆଇନ୍ ଲାଗୁ କରିବା (୩) ପଛୁଆବର୍ଗ ଅର୍ଥ ଆୟୋଗକୁ ସକ୍ରିୟ କରି ଆତ୍ମନିଯୁକ୍ତି ପାଇଁ ଏହି ବର୍ଗର ଯୁବକଯୁବତୀଙ୍କୁ ସ୍ୱଳ୍ପ ସୁଧରେ ଋଣ ଯୋଗାଇଦେବା ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଠିକ୍ ସମୟରେ ଛାତ୍ରବୃତ୍ତି ପ୍ରଦାନ କରିବା (୪) ପଛୁଆବର୍ଗର ଜନସାଧାରଣ ତାଙ୍କର କୂଳ ବେଉସାରେ ଯାହା ଉତ୍ପାଦନ କରନ୍ତି, ଯଥା- ଧାନ, କ୍ଷୀର, ଓ ପନିପରିବାର ପ୍ରକୃତ ଉତ୍ପାଦିତ ମୂଲ୍ୟ ପ୍ରଦାନ କରିବା ଆଦି ଦାବି ଅନ୍ତର୍ଭୁକ୍ତ। ମାନ୍ୟବର ରାଜ୍ୟପାଳ ପଛୁଆବର୍ଗ କମିଶନ ଗଠନ ନେଇ ସବିସ୍ତୃତ ଆଲୋଚନା କରିବା ସହିତ ରାଜ୍ୟସରକାରଙ୍କ ସହିତ ଏ ସମ୍ପର୍କରେ ଏକ ବୈଠକ କରି ତୁରନ୍ତ ବିହୀତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ପଛୁଆବର୍ଗ କମିଶନ ଏକ ସାମ୍ବିଧାନିକ ବ୍ୟବସ୍ଥା ହୋଇଥିଲାବେଳେ ରାଜ୍ୟରେ ଏହା ଗଠନ ନ ହେବା ଯୋଗୁଁ ପଛୁଆବର୍ଗ ଜନସାଧାରଣଙ୍କର ସାମ୍ବିଧାନିକ ଅଧିକାର ପରାହତ ହେଉଛି ବୋଲି ଶ୍ରୀ ବେହେରା ମତପ୍ରକାଶ କରିଛନ୍ତି ଏବଂ ଏ ଦିଗରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନେବେବୋଲି ସେ ଆଶାପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top