ରାଜ୍ୟପାଳଙ୍କ ଚାଟାର୍ଡ ଫ୍ଲାଇଟ୍ ଗସ୍ତ ସରକାରଙ୍କ ଦ୍ୱାରା ଅନୁମୋଦିତ: ଦୁଖଃ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୬-୭-୧୮ (ଓଡ଼ିଆ ପୁଅ) ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଚାଟାର୍ଡ଼ ଫ୍ଲାଇଟ୍ ଗସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ରାଜଭବନ ଯାଇ ଏ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଭୁବନେଶ୍ୱରରୁ ସିର୍ସା ଗସ୍ତ ପାଇଁ ଚାଟାର୍ଡ଼ ଫ୍ଲାଇଟ୍ ବ୍ୟବହାର ସଂପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ପ୍ରଶାସନ ବିଭାଗରୁ ଯେଉଁ ଚିଠି ଯାଇଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗଭୀର ଦୁଖଃ ପ୍ରକାଶ କରିଥିଲେ। ଏ ପ୍ରକାର ଚିଠି ପ୍ରେରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ ଜଣାଇଥିଲେ।

Leave a Reply

Your email address will not be published. Required fields are marked *