ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ପ୍ରସ୍ତୁତି ଶେଷ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିବେ

କୋରାପୁଟ ; ତା୨୩-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲିକ କୋରାପୁଟ ଗସ୍ତ କରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଚୁଡାନ୍ତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି।ପୂର୍ବାହ୍ନ ୧୧ଘ.୩୦ମିନିଟ ସମୟରେ କୋରାପୁଟ ସର୍କିଟହାଉସଠାରେ ପହଂଚିବା ପରେ ୧୨ ଘ. ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ବିଭାଗର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିବେ।ଅପାରହ୍ନ ୨ଘ.୧୫ ମିନିଟ ସମୟରେ ପଦ୍ମପୁରଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ଏସଏଚଜି ମହିଲାମାନଜ୍ଞ ସହ ଆଲୋଚନା କରିବେ।ପଦ୍ମପୁରରେ କରାଯାଇଥିବା ଗ୍ରାମୀଣ ଗୃହ କ୍ଲଷ୍ଟର ବୁଲି ଦେଖିବା ସହ ପଂଚାୟତରାଜ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଅପାରହ୍ନ ୩ ଘ.ରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି।ସ୍ଥାନୀୟ ସଦଭାବନା ସବାଗୃହଠାରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପ୍ରସ୍ତୁତିର ସମୀକ୍ଷା କରିଥିଲେ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର,  ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ,  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ,  ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ, ଏପିଡି ହିମାଂଶୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲା ପୋଲିସ ତରଫରୁ ସର୍କିଟହାଉସ,  ସଦଭାବନା ସଭାଗୃହ ଓ ପଦ୍ମପୁରଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ଜଣାପଡିଛି।

କୋରାପୁଟ ଜିଲ୍ଲାରେ ଅନୁସୂଜିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୩୩୧ ଟି ସ୍କୁଲ ଥିବା ବେଳେ ୨୬୦ ଟି ଶିକ୍ଷକ ପଦବୀ ଖାଲିଥିବା ଜଣାପଡିଛି। କୋରାପୁଟ ଆଇଟିଡିଏ ଦ୍ୱାରା ୧୫୪ ଟି ୧୦୦ ଶର୍ଯ୍ୟା ବିଶିଷ୍ଠ ନିବାସ ନିର୍ମାଣ ଶେଷ ହୋଇଥିବା ବେଳେ ଜୟପୁର ଆଇଟିଡିଏ ତରଫରୁ ୫୯ ଟି ନିବାସ ଶେଷ ହୋଇଥିବା ଜଣାପଡିଛି।ଅନ୍ୱେଷା କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୧୦ ଗୋଟି ଇଂରାଜୀ ବିଦ୍ୟାଳୟରେ ୭୭୨ ଜଣ ପିଲା ନାମ ଲେଖାଇଥିବା ଜଣାପଡିଛି।ରହିଥିବା ହଷ୍ଟେଲମାନଙ୍କରେ କେତୋଟିରେ ପାଚେରୀ ନ ଥିବା ବେଳେ କେତୋଟିର ପାଚେରୀଥିବା ସ୍ଥଳେ ମଧ୍ୟ ଅନେକ ଘଟଣାମାନ ଘଟିଥିବାରୁ ଛାତ୍ରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଛାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *