ରାଜ୍ୟପାଳଙ୍କ ଅଗଣତାନ୍ତ୍ରୀକ ପଦ୍ଧତି ବିରୋଧରେ ସିପିଆଇ ଏମ୍ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସିପିଆଇ ଏମ ଭଦ୍ରକ ଶାଖା କମିଟି ପକ୍ଷରୁ କର୍ଣ୍ଣାଟକରେ ରାଜ୍ୟପାଳଙ୍କ ଅଗଣତାନ୍ତ୍ରୀକ କାର୍ଯ୍ୟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା କରାଯାଇଥିଲା। ପ୍ରତିବାଦ ସଭାରେ ଦଳୀୟ ନେତୃମଣ୍ଡଳୀ କର୍ଣ୍ଣାଟକ ରାଜ୍ୟପାଳଙ୍କ ବହିଷ୍କାର ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରାଞ୍ଚଳର ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବହାରି ଚପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହୟ୍ଚିଥିଲା। ସେଠାରେ ସିଟୁ ନେତା ରାଧା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରତାପ ସେଠୀ, ଗିରିଧାରୀ ନାଥ, ସେକ୍ କମର, ମଣ୍ଟୁ ମୁଣ୍ଡା, ନିରଂଜନ ପାଣୀ, ବିଷ୍ଣୁ ଦାସ, ପ୍ରଫୁଲ୍ଲ ପାଢ଼ୀ, ଶଶୀ ତ୍ରିପାଠୀ, ଅଚ୍ୟୁତାନନ୍ଦ ନାୟକ ପ୍ରମୁଖ କର୍ମକର୍ତ୍ତା ନିଜ ନିଜର ବକ୍ତବ୍ୟରେ ବିଜେପିର ଅମାନୁଷିକ କାର୍ଯ୍ୟ ଓ ଅଗଣତାନ୍ତ୍ରୀକ ଶାସନ ପଦ୍ଧତି ଉପରେ ସମାଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *