ଓଡ଼ିଶା

ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ଗୁରୁପ୍ରିୟା ସେତୁ ନିର୍ମାଣରେ ବ୍ୟାପକ ଆର୍ଥିକ ଅନିୟମିତତାର ତଦନ୍ତ ସିବିଆଇ ଦ୍ୱାରା ହେବା ଅବଶ୍ୟକ : ବିଜେପି

– ରୟାଲ ଇନଫ୍ରାର ଠିକାଦାରଙ୍କୁ ସିଧାସଳଖ ୭୪ କୋଟି ଟଙ୍କାର ମୁନାଫା ଦିଆଯାଇଛି
– ସେତୁ ନିର୍ମାଣରେ ଅନିୟମିତତା ଦେଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଭଷ୍ଟ୍ରାଚାରର ନଗ୍ନ ଉଦାହରଣ
ଭୁବନେଶ୍ୱର, ତା.୦୩/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାର ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ଅନୁକଂପା ଦେଖାଇଛନ୍ତି। ସିଏଜି ଏନେଇ ଆପତି ଉଠାଇବା ସହ ସେତୁ ନିର୍ମାଣ କାର୍ଯ୍ୟରେ ଅନେକ ଅନିୟମିତତା ହୋଇଛି ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ରାଜ୍ୟସରକାର ନିୟମ ବାହାରେ ଠିକାଦାରଙ୍କୁ ଅହେତୁକ ଅନୁକଂପା ଦେଖାଇ ୭୩.୯୧ କୋଟି ଟଙ୍କାର ଲାଭ ଦେବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଆଜି ମହାମହିମ ରାଜ୍ୟପାଳଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ରୟାଲ ଇନଫ୍ରାର ଠିକାଦାରଙ୍କୁ ସିଧାସଳଖ ୭୪ କୋଟି ଟଙ୍କାର ମୁନାଫା ଦିଆଯାଇଛି। ଏହି ସେତୁ ନର୍ମାଣ ମାଧ୍ୟମରେ ଓଡିଶାବାସୀଙ୍କ ଧନସଂପତିର ହରିଲୁଟ୍ କରାଯାଇଛି ବୋଲି ଶ୍ରୀ ପଣ୍ଡା ମହାମହିମ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଆର୍ଥୀକ ସହାୟତାରେ ଏହି ସେତୁ ନିର୍ମାଣ ହୋଇଛି ଏବଂ ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅର୍ଥ ଅନୀୟମିତତା ପାଇଁ ସିବିଆଇ ତଦନ୍ତ ନିହାତି ଆବଶ୍ୟକ ବୋଲି ମହାମହିମ ରାଜ୍ୟପାଳଙ୍କ ପାଖରେ ବିଜେପି ପ୍ରତିନିଧର ଦଳ ଅଭିଯୋଗ କରିଛି।

ଗୁରୁପ୍ରିୟା ସେତୁରେ ୭୩.୯୧ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସଂପୂର୍ଣ୍ଣ ଇପିସି ଚୁକ୍ତି ଅନୁଯାୟୀ ଏହି ସେତୁ ନିର୍ମାଣ ହୋଇଥିବା ସତ୍ୱେ ନିୟମ ବାହାରକୁ ଯାଇ ଡଙ୍ଗା, ବୋଟ, ଲଂଚ ଭଡା ବାବଦକୁ ୨୪ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଆନୁସାଂଗିକ ବାବଦ ଖର୍ଚ୍ଚ ପାଇଁ ଅତିରିକ୍ତ ୪କୋଟି ଟଙ୍କା ଠିକାଦାର ସଂସ୍ଥାକୁ ପ୍ରଦାନ କରାଯାଇଛି। ସେତୁ ନିର୍ମାଣ ପାଇଁ ପ୍ରଥମେ ୨୦୦୬ ମସିହାରେ ଗ୍ୟାମନ ଇଣ୍ଡିଆକୁ ରାଜ୍ୟସରକାର ୪୭ କୋଟି ୪୧ଲକ୍ଷ ୯୫ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ। କିନ୍ତୁ ଏତିକି ଅର୍ଥରେ କାର୍ଯ୍ୟ ହୋଇନପାରିବା କଥା କହି ଗ୍ୟାମନ ଇଣ୍ଡିଆ ୯୦.୫୧ କୋଟି ଦାବି କରିଥିଲା। ୨୦୧୦ ମସିହା ଫେବୃଆରୀ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗ୍ୟାମନ ଇଣ୍ଡିଆକୁ କାର୍ଯ୍ୟରୁ ଅନ୍ତର କଲେ। ଟେଣ୍ଡର ନିୟମ ଅନୁଯାୟୀ କ୍ଷତିପୂରଣ ବ୍ୟବସ୍ଥା ଥିବା ସତ୍ୱେ କମିଟି ନିଷ୍ପତି ଅନୁଯାୟୀ ରାଜ୍ୟ ସରକାର ବିନା କ୍ଷତିପୂରଣରେ କାର୍ଯ୍ୟ ବନ୍ଦ ନିଷ୍ପତି ନେଲେ। ମାଟି ପରୀକ୍ଷା ପାଇଁ ଗ୍ୟାମନ ଇଣ୍ଡିଆକୁ ପ୍ରଦାନ କରାଯାଇଥିବା ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପ୍ରସଙ୍ଗରେ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏହି ସେତୁ ନିର୍ମାଣ ପାଇଁ ପ୍ରଥମେ ୯୦.୫୧ କୋଟି ଟଙ୍କାକୁ ବାରଣ କରିଥିବା ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ରୟାଲ ଇନଫ୍ରାକୁ ଏହି ସେତୁ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ଦେଇ ଠିକାଦାରଙ୍କୁ ପୂର୍ତ ବିଭାଗ ଏବଂ ରାଜ୍ୟ ସରକାର ଅହେତୁକ ଅନୁକଂପା ଦେଖାଇଥିବା ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଓଡିଶାର ଏକ ଆଦିବାସୀ ଅଧ୍ୟୁଷିତ ପ୍ରଭାବିତ ମାଲକାନଗିରିର ବିଚ୍ଛିନ୍ନାଂଚଳଙ୍କ ପାଇଁ ଗୁରୁପ୍ରିୟା ସେତୁର ଆବଶ୍ୟକତା ଥିଲା। କିନ୍ତୁ ସେତୁ ନିର୍ମାଣରେ ଅନିୟମିତତା ଦେଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଭଷ୍ଟ୍ରାଚାରର ନଗ୍ନ ଉଦାହରଣ ବୋଲି ସ୍ମାରକ ପତ୍ର ପ୍ରଦାନ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି।

ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ବିଜେପିର ଏହି ଉଚ୍ଚସ୍ତରୀୟ ପ୍ରତିନିଧୀମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ଗୁରୁପ୍ରିୟା ସେତୁର ନିର୍ମାଣରେ ହୋଇଥିବା ସମସ୍ତ ଘୋଟାଲର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳଙ୍କୁ ବିଜେପି ଅନୁରୋଧ କରିଛି।

ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ମହାମହିମ ରାଜ୍ୟପାଳ ବିଜେପିର ପ୍ରତିନିଧିଦଳକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ବୋଲି ସାକ୍ଷାତ ପରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଶ୍ରୀ ପଣ୍ଡାଙ୍କ ସମେତ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଏବଂ ପୀତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ ଦାସ ପ୍ରମୁଖ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top