ଓଡ଼ିଶା

ରାଜେଶ କୁମାର ହେଲେ ଟାଟା କମ୍ପାନୀର ଯୋଡା ମୁଖ୍ୟ

ଯୋଡା – ୧୪/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦେବାଶିଶ ଜେନାଙ୍କ ବଦଳି ପରେ ରାଜେଶ କୁମାର ଟାଟା କମ୍ପାନୀର ଯୋଡା ମୁଖ୍ୟ ଭାବେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ସେ ୧୯୯୮ରେ ମାଇନିଙ୍ଗ ଇଞ୍ଜନିରଙ୍ଗରେ ବିଆଇଟି ସିନ୍ଧିରିରୁ ପାସ କରିବା ପରେ ୨୦୦୮ରେ ଟାଟା ଷ୍ଟିଲ କମ୍ପାନୀରେ ବରିଷ୍ଠ ଖଣି ପରିଚାଳକ ଭାବେ ଯୋଗଦେଇଥିଲେ । ପ୍ରଥମେ ଟାଟା କମ୍ପାନୀଙ୍କ ଖଣ୍ଡବନ୍ଧ ଲୌହ ଖଣି ଓ ପରେ ପୂର୍ବ ଯୋଡା ଲୌହ ଖଣିରେ ପ୍ରଧାନ ପରିଚାଳକ ଭାବେ କାର୍ଯ୍ୟ ସମ୍ପାଦନ କରିଆସିଥିଲେ । ସେ କର୍ମଚାରୀ ମହଲରେ ଅତ୍ୟନ୍ତ ଲୋକପ୍ରିୟ ଅଧିକାରୀ ଭାବେ ପରିଚିତ ଥିବାରୁ ତାଙ୍କର ମୁଖ୍ୟ ଭାବେ ଯୋଗଦାନରେ କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ଦେଖାଦେଇଛି । ସେ ଏହି ପଦବୀରେ ଯୋଗଦେବା ପରେ ଯୋଡା ସହର ବାସୀଙ୍କ ବିଭିନ୍ନ ସମସ୍ୟାକୁ ନଜରରେ ରଖି କମ୍ପାନୀ ନିମନ୍ତେ କାର୍ଯ୍ୟ କରିବେ ବୋଲି ସାଧାରଣରେ ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top