ଅନୁଗୁଳ

ରାଜୀବ ଗାନ୍ଧୀ ସଦଭାବନା ଦିବସ ଅବସରରେ ରୋଗୀଙ୍କୁ ଫଳ ବଂଟନ

ତାଳଚେର, ୨୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜୀବ ଗାନ୍ଧୀଙ୍କ ସଦଭାବନା ଦିବସ ପାଳନ ଅବସରରେ ଆଜି ତାଳଚେର ଜନଜାଗରଣ ପରିଷଦ ତରଫରୁ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଛି। ଜନଜାଗରଣ ପରିଷଦର ସଭାପତି ଜିନେଶ ସାହୁଙ୍କ ନେତୃତ୍ୱରେ ତାଳଚେରର ବିଭିନ୍ନ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମାଜିକ ସଂଘର ସଦସ୍ୟମାନେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଆଜି ସକାଳ ୮.୩୦ ମି.ସମୟରେ ପହଂଚି ରୋଗୀଙ୍କୁ ଫଳ ବଂଟନ କରିବାସହ ରୋଗୀମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାପରେ ପରେ ତାଳଚେର ପ୍ରେସ୍ କ୍ଲବଠାରେ ଆୟୋଜିତ ରାଜୀବ ଗାନ୍ଧୀଙ୍କର ସୃତି ସଭାରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ପରିବର୍ତ୍ତନ ଓଡିଶାର ପ୍ରତିଷ୍ଠାତା ଶରତ ଚନ୍ଦ୍ର ପ୍ରଧାନ ରାଜୀବ ଗାନ୍ଧୀଙ୍କ ଗୁଣାବଳୀର ବ୍ୟାଖ୍ୟା କରିବା ସହିତ ଦେଶ ପ୍ରତି ତାଙ୍କର ଅବଦାନକୁ ତାଳଚେର ସମସ୍ତ ଯୁବ ପିଢ଼ିଙ୍କୁ ଅବଗତ କରାଇଥିଲେ। ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ ଏଥିରେ ଯୋଗ ଦେଇ ସ୍ୱର୍ଗତ ରାଜୀବ ଗାନ୍ଧୀ ଏନ୍.ଟି.ପି.ସି. ବିଦ୍ୟୁତ ପ୍ରକଳ୍ପର ଶୁଭ ଦେଇଥିବା କଥାକୁ ସ୍ମରଣ କରିଥିଲେ। ପୂର୍ବତନ ନଗରପାଳ କେଶବ ଭୂତିଆ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ ନିଜ ବକ୍ତବ୍ୟରେ ଯୁବକମାନଙ୍କ ପ୍ରତି ତାଙ୍କର ଯେଉଁ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ବଜରଙ୍ଗ ଅଗ୍ରୱାଲ, ମାନବ ଅଧିକାର ସଂଘର ସମ୍ପାଦକ ବୀରବର ସାହୁ, ମୁକେଶ ଅଗ୍ରୱାଲ, ସାହିଲ ଜାଫର, ତୋଫାନ୍ କୁମାର ସିଂହସାମନ୍ତ, ଶରତ ନାୟକ, ଦୁର୍ଗା ଶତପଥି, ଦେବୀ ପ୍ରସାଦ ପ୍ରଧାନ, ପ୍ରତାପ ପ୍ରଧାନ, ମାନସ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଶେଷରେ ଯୁବ ସମାଜ ସେବୀ ଭୂପେନ୍ ଥମ୍ବ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top