ଜିଲ୍ଲା ପରିକ୍ରମା

ରାଜସ୍ୱ ମନ୍ତ୍ରୀଙ୍କ ଘରେ ରେଶନ କାର୍ଡ ବଂଟାଯିବାକୁ ନେଇ ଏତାଲା ଦେଲା ସଚେତନତା ନାଗରିକ ମଂଚ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ରାଶନ କାର୍ଡ ବାଂଟିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ। ଏଡି ଘଟଣାରେ ସଚେତନତା ନାଗରିକ ମଂଚ ପକ୍ଷରୁ ଟାଉନ ଥାନାରେ ଏତଲା ଦେଇଛନ୍ତି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ମନ୍ତ୍ରୀଙ୍କ ସମେତ ପୈାରନିର୍ବାହୀ ଅଧିକାର ଓ ଯୋଗାଣ ଅଧିକାରୀଙ୍କର ବିରୁଧରେ ଏହି ଏତଲା ଦିଆଯାଇଥିବା ବେଳେ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛି ମଂଚ। ଏତଲାରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ମନ୍ତ୍ରୀ ନିଜସ୍ୱ ବାସଭବନରେ ଲୋକଙ୍କୁ ରେଶନ କାର୍ଡ ବାଂଟିଛନ୍ତି। ଯୋଗାଣ ଓ ପୈାରନିର୍ବାହୀ ଅଧିକାରୀ କେଉଁ ଆଇନ ବଳରେ ଏହି ସମସ୍ତ କାର୍ଡ ନିଜେ ନ ବାଂଟି ମନ୍ତ୍ରୀ ଙ୍କୁ ହସ୍ତାନ୍ତର କରିଛନ୍ତି। ତାର ବିଧିବଧ ତଦନ୍ତ କରାଯାଇ, ତେଣୁ ଅ୍ରଭିଯୁକ୍ତମାନଙ୍କ ବିରୁଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଂଚର ଆବାହକ ଶ୍ରୀପଟ୍ଟନାୟକ ଦର୍ଶାଇ ଥିବା ବେଳେ ଏହାର ନକଲ ହାଇକୋର୍ଟ, ମାନବ ଅଧିକାର କମିସନ, ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ପଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top