ରାଜସ୍ୱ ନିରୀକ୍ଷକଙ୍କ ମୃତ୍ୟୁ ଘଟଣା: ମୃତ୍ୟୁ ପରେ ବିଭାଗର ଅନୁକମ୍ପା, ଦରମା ନପାଇ ମାନସିକ ଦୁଃଚିନ୍ତାରେ ଥିଲେ

ଯାଜପୁର-୧୨/୧(ଓଡିଆ ପୁଅ/ଏ.ରାଉତ) ଜଣେ କର୍ତ୍ତବ୍ୟରତ ରାଜସ୍ୱ ନିରୀକ୍ଷକ ଦରମା ନପାଇ ମାନସିକ ଭାରସାମ୍ୟହରାଇ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ପରଲୋକ ଘଟଣାକୁ ନେଇ ନାନା ପ୍ରଶ୍ନବାଚି ସୃଷ୍ଟି କରିଛି। ଦର୍ପଣ ତହସିଲର ରାଜସ୍ୱ ନିରୀକ୍ଷକ ଭାବେ ବାଇଧର ସାହୁ ବୈରୀ ରାଜସ୍ୱ ସର୍କଲରେ ନିୟୋଜିତ ହୋଇଥିଲେ। ମାତ୍ର ଦେହ ଅସୁସ୍ଥତା ଦୃଷ୍ଟିରୁ ସଂପୃକ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ନଯିବାରୁ ତାଙ୍କୁ ଯାଜପୁର ଜିଲାପାଳ ୨୯.୯.୧୭ରେ ନିଲମ୍ବିତ କରିଥିଲେ। ପରେ ଶ୍ରୀ ସାହୁଙ୍କୁ ଦର୍ପଣ କାର୍ଯ୍ୟାଳୟରେ କାମ କରିବାକୁ ଅନୁମତି ମିଳିବା ପରେ ସେ ଦୈନଦିନ କାର୍ଯ୍ୟାଳୟକୁ ଯାଇ କାମ କରୁଥିଲେ। ନିଲମ୍ବିତ ହେବାପରେ ତାଙ୍କର ପାରିବାରିକ ଅବସ୍ଥା ଅତି ଖରାପ ହୋଇପଡିଥିଲା ଏବଂ ଦରମା ନପାଇବାରୁ ସେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଥିଲେ। ତେବେ ଆବଶ୍ୟକ କାଗଜପତ୍ର ଠିକହେବାପରେ ଦରମା ଦିଆଯିବାକୁ ତାଙ୍କୁ କୁହାଯାଇଥିଲା। ନିଲମ୍ପନ ହେବା ପରେ ତାଙ୍କ ଦରମା ବିଲ କରିବାକୁ ଦାୟିତ୍ୱରେ ଥିବା କର୍ମଚାରୀ ଆଦୌ ଦୃଷ୍ଟିଦେଉନଥିବା ଶୁଣିବାକୁ ମିଳୁଛି। ଏପରିକି ତାଙ୍କ ଦରମା କରିବାକୁ ସ୍ୱର୍ଗତ ସାହୁ କାର୍ଯ୍ୟାଳୟର ଜନୈକ ବ୍ୟକ୍ତିଙ୍କୁ ଧାର କରି ଲାଞ୍ଚ ଦେଇଥିବା କହାଯାଉଛି। ବାରମ୍ବାର ଅନୁରୋଧ କରିବା ପରେ ଦରମା ନମିଳିବାରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ ଏବଂ ଗୁରୁବାର ସକାଳେ ଦର୍ପଣ ତହସିଲରେ କାର୍ଯ୍ୟରତ ସମୟରେ ଚୌକୀରୁ ପଡିଯାଇଥିଲେ, ତାଙ୍କୁ ତୁରନ୍ତ ବଡଚଣା ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠଶରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ, ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି। ବାରମ୍ବାର ଦରମା ପାଇଁ ଅନୁରୋଧ କରୁଥିବା ଶ୍ରୀ ସାହୁଙ୍କ ଦରମା କରାଯାଉନଥିଲା କିନ୍ତୁ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସଂପୃକ୍ତ କର୍ମଚାରୀ ତରବରିଆ ଭାବେ ଧାନମଣ୍ଡଳ ଟ୍ରେଜେରୀରେ ତାଙ୍କ ଦରମା ପୈଠକରିବା ଘଟଣାକୁ ନେଇ ନାନା ପ୍ରଶ୍ନବାଚି ସୃଷ୍ଟିହୋଇଛି। ଅପରପକ୍ଷରେ ସ୍ୱର୍ଗତ ସାହୁଙ୍କ ଦରମା କରିବାକୁ ମନାକରାଯାଉଥିବା ବେଳେ ମୃତ୍ୟୁର ମାତ୍ର ଏକ ଘଣ୍ଟାପରେ କିତପରି ଦରମା ହୋଇଗଲା ତାହାକୁ ନେଇ ସ୍ଥାନୀୟଅଞ୍ଚଳରେ ପ୍ରଶ୍ନବାଚି ସୃଷ୍ଟିକରିଛି। ମୃତ୍ୟୁ ପରେ ସଂପୃକ୍ତ କର୍ମଚାରୀ ଯଦି ଏତେ ଅନୁକମ୍ପା ଦେଖାଇଲେ ମୃତ୍ୟୁ ପୂର୍ବରୁ ଦରମା କରିଥିଲେ ହୁଏତ ସେ ମରିନଥାନ୍ତେ ବୋଲି ଆଲୋଚନା ହେଉଛି। ନିଲମ୍ବନ ସମୟର ପାଖାପାଖି ୫୦ ହଜାର ଟଙ୍କା ପାଇବାକୁ ଥିବା ଶ୍ରୀ ସାହୁଙ୍କୁ ଯଦି ଏହି ସମସ୍ତ ଅର୍ଥ ତୁରନ୍ତ ପ୍ରଦାନ କରାଯାଇଥାନ୍ତା ହୁଏତ ତାଙ୍କର ଏପରି ଅବସ୍ଥା ହୋଇନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଦର୍ପଣ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଦାନମଣ୍ଡଳ ଟ୍ରେଜେରିରେ କେବଳ ବୁଧବାର ଏବଂ ଶୁକ୍ରବାର ସମସ୍ତ ସରକାରୀ ବିଲ ପାସ ହେଉଥିବା ବେଳେ ଗୁରୁବାର ଦିନ କିପରି ମୃତ ରାଜସ୍ୱ ନିରୀକ୍ଷକଙ୍କ ବିଲ ପାସ କରାଗଲା ତାହା ମଧ୍ୟ କର୍ମଚାରୀଙ୍କୁ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚି ସୃଷ୍ଟିକରିଛି। ଏବିଷୟରେ ଦର୍ପଣ ତହସିଲଦାର ଡ. ଅଶୋକ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ମୃତ ରାଜସ୍ୱ ନିରୀକ୍ଷକଙ୍କ ବିଲ ବହୁ ଆଗରୁ ପାସ କରାଯାଇଥିଲା ମାତ୍ର କାହିଁକି ତାହା ଟ୍ରେଜେରିକୁ ଯାଇନଥିଲା ଏବଂ ଏଥିରେ କାହାର ସଂପୃକ୍ତି ଅଛି ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *