ଜିଲ୍ଲା ପରିକ୍ରମା

ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୂର୍ବ ନିଷ୍ପତି କ୍ରମେ ବହୁଦରଡା ପଞ୍ଚୟାତର ଦୁଇଟି ରାସ୍ତାକୁ ଜବର ଦଖଲମୁକ୍ତ କରିବା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି। ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଦେବ ସାମଲଙ୍କ ନେତୃତ୍ୱରେ ରଣଜିତ ନାୟକ, ଗଦାଧର ନାୟକ, ସନ୍ତୋଷ ନାୟକ, ରମାକାନ୍ତ ନାୟକ, ବୁଧିରାମ ସେଠୀ, ହରମୋହନ ନାୟକ, ସୀତା ଦେଈ, ରାଧି ମିଶ୍ର, ଉତ୍କଳ ନାୟକ, ଦେବ୍ରତ ସାହୁଙ୍କ ସମେତ ଶତାଧିକ ପଂଚାୟତବାସୀ ଧାରଣାରେ ବସିଥିଲେ। ଅନିର୍ଦ୍ଦିଷ୍ଟକାଳ ଯାଏ ଧାରଣା ଚାଲୁ ରହିବ ବୋଲି ଚେତାଇ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ; ଉକ୍ତ ପଂଚାୟତର ବଡଯେନାସାହି ଛକ ଠାରୁ କୂଅନାଳ ଗଳି ଭାୟାମହାଦେବ ମନ୍ଦିର ପର୍ଯ୍ୟନ୍ତ ଓ ହନୁମାନଛକ ଠାରୁ ବଳରାମସାହୁ ଘର ଭାୟା-ମଙ୍ଗଳା ସାହୀ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ରାସ୍ତାକୁ କେତେକ ବ୍ୟକ୍ତି ଅବରୋଧ କରି ରଖିଛନ୍ତି। ଫଳରେ ଏହି ୨ଟି ରାସ୍ତା ଉପରେ ନିର୍ଭରଶୀଳ ପଂଚାୟତର ୩ଟି ୱାର୍ଡର ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡି ଉକ୍ତ ଗ୍ରାମକୁ ପ୍ରବେଶ କରିବା ଅସମ୍ଭବ ହୋଇ ପଡିଛି। ଏ ସଂପର୍କରେ ବାରମ୍ବାର ତହସିଲଦାର ଓ ଜିଲ୍ଲାପାଳଙ୍କୁ ଜଣାଇ କୌଣସି ସୁଫଳ ନପାଇବାରୁ ପୂର୍ବ ନିଷ୍ପତ୍ତି ମୂଳେ ଉପରୋକ୍ତ ଗଣଧାରଣା ଆରମ୍ଭ ହୋଇଥିଲେ। ତେବେ ତହସିଲଦାର ଏହି ଖବର ପାଇ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇବା ପରେ ସେ ସେଠାରେ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରି ଆସନ୍ତା ୧୭ ତାରିଖରେ ବୈଠକ ବସି ଉକ୍ତ ଅବରୋଧ ଭଂଗାଯିବାର ତାରିଖ ଧାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top