ପାରଳାଖେମୁଣ୍ଡି, ୨୫ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡିଶା ରାଜସ୍ୱ ଅମଲା ସଂଘର ଡାକରା କ୍ରମେ ଗଜପତି ଜିଲା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ସରକାର ସଂଘର କେତେକ ଦାବିପୁରଣ କରିବା ପରେ ଏହି ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ପୁରଣ କରିଥିବା ଦାବିଗୁଡିକ ହେଲା କନିଷ୍ଠ କିରାଣି ନାମ ପରିବର୍ତ୍ତନ କରି କନିଷ୍ଠ ରାଜସ୍ୱ ସହାୟକ, ବରିଷ୍ଠ କିରାଣି ବଦଳରେ ବରିଷ୍ଠ ରାଜସ୍ୱ ସହାୟକ, ହେଡ କ୍ଳର୍କ ନାମ ପରିବର୍ତ୍ତନ କରି ସେକ୍ସନ ଅଫିସର ଏବଂ ଅଫିସ ସୁପରଟେଣ୍ଡଣ୍ଟ ବଦଳରେ ଏଷ୍ଟାବ୍ଳିସମେଣ୍ଟ ଅଫିସର ନାମ ପ୍ରଚଳନ ହେବ। ସେହିପରି ନୁତନ ଭାବେ ଆବଶ୍ୟକ ପଡୁଥିବା ଏଷ୍ଟାବ୍ଳିସମେଣ୍ଟ ଅଫିସର ପଦ ସୃଷ୍ଟି କରାଯିବା ପରେ ପଦୋନ୍ନତି ଭିତ୍ତିରେ ମଧ୍ୟ କେତେକ ପଦବି ପୁରଣ କରାଯିବ ବୋଲି ଜଣାପଡିଛି।

Loading...