ଓଡ଼ିଶା

ରାଜସ୍ଥାନ ଉଦୟପୁରରେ ଆର୍କିଟେକଚର ଭାବେ କାର୍ଯ୍ୟରତ ଯୁବତୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

ରେମୁଣା/ ବାଲେଶ୍ୱର, ୨୦/୦୫(ଓଡ଼ିଆ ପୁଅ/ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ବରୁଣସିଂ ଗ୍ରାମର ଯୁବତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତକ ଜଣକ ହେଲେ ସ୍ୱର୍ଗତ ନୀଳମାଧବ ଦାସ ପଟ୍ଟନାୟକଙ୍କ ସାନ ଝିଅ ବିଶ୍ୱଭାରତୀ(୨୮)। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱଭାରତୀ ରାଜସ୍ଥାନର ଉଦୟପୁର ସହରରେ ଆର୍କିଟେକଚର ଭାବେ କାର୍ଯ୍ୟ କରୁଥିଲେ। ଗତ କାଲି ମଧ୍ୟାନ୍ନ ସମୟରେ ବିଶ୍ୱଭାରତୀ ନିଜ ଡିଜାଇନିଂ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କ ସହକର୍ମୀ ମାନେ ତାଙ୍କୁ ତୁରନ୍ତ ଉଦୟପୁର ସିଟି ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ମୃତ ଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ବଡ଼ଭାଇଙ୍କ ଉପସ୍ଥିତିରେ ଦାହ କରାଯାଇଥିବାର ପରିବାର ଲୋକେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top