ଜାତୀୟ

ରାଜସ୍ଥାନର ବାଡମେର ଜିଲ୍ଲାର ପଚପଦରା ଠାରେ ରାଜସ୍ଥାନ ରିଫାଇନାରୀ ଓ ପେଟ୍ରୋଲିୟମ କଂପ୍ଲେକ୍ସର କାର୍ଯ୍ୟର ଶୁଭାରମ୍ଭ

– ସଂକଳ୍ପରୁ ସିଦ୍ଧି ହେଉଛି ସମୟର ଆବଶ୍ୟକତା – ପ୍ରଧାନମନ୍ତ୍ରୀ
– ରାଜସ୍ଥାନର ଅର୍ଥନୈତିକ ବିକାଶ ହେବା ସହିତ ଯୁବକ ମାନଙ୍କୁ ରୋଜଗାର ପ୍ରଦାନ କରିବ ଏହି ରିଫାଇନାରୀ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୬ ଜାନୁଆରୀ (ଓଡ଼ିଆ ପୁଅ)– ସଂକଳ୍ପରୁ ସିଦ୍ଧି ହେଉଛି ସମୟର ଆବଶ୍ୟକତା। ଆମକୁ ଲକ୍ଷ୍ୟ ଚିହ୍ନଟ କରିବାକୁ ହେବ ଓ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ ବେଳକୁ ଅର୍ଥାତ ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବା ପାଇଁ କାମ କରିବାକୁ ହେବ। ରାଜସ୍ଥାନର ବାଡମେର ଜିଲ୍ଲାର ପଚପଦରା ଠାରେ ରାଜସ୍ଥାନ ରିଫାଇନାରୀ ଓ ପେଟ୍ରୋଲିୟମ କଂପ୍ଲେକ୍ସର କାର୍ଯ୍ୟର ଶୁଭାରମ୍ଭ ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ଥିିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଥମଥର ପାଇଁ ପେଟ୍ରକେମିକାଲ କଂପ୍ଲେକ୍ସ ଓ ରିଫାଇନାରୀ ପାଇଁ ୪୩ ହଜାର କୋଟି ଟଙ୍କାର ପୁଂଜିନିବେଶ କରା ଯାଉଛି। ଆଗାମୀ ୨ରୁ ୫ ବର୍ଷ ମଧ୍ୟରେ ବାଡମେର ଅଂଚଳରେ ୧ ଲକ୍ଷ କୋଟି ଟଙ୍କା ପୁଂଜି ନିବେଶ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପରୁ ସିଦ୍ଧି ଦୃଷ୍ଟି ରହିଛି। ତେଣୁ ୨୦୨୨ -୨୩ ସୁଦ୍ଧା ଏହି ରିଫାଇନାରୀର କାମ ସମ୍ପୂର୍ଣ କରିବାକୁ ଯୋଜନା କରା ଯାଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ରିଫାଇନାରୀ, ପେଟ୍ରୋକେମିକାଲ ଲାଗି ଏହି ଅଂଚଳରେ ଆଗାମୀ ଦିନରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଡାଇଙ୍ଗ କେମିକାଲ, ଫର୍ମାଟିକାଲ ଇଂଡଷ୍ଟ୍ରୀ ସ୍ଥାପନା ହୋଇ ପାରିବ। ଏହା ଦ୍ୱାରା ରାଜସ୍ଥାନର ଅର୍ଥନୈତିକ ବିକାଶ ହେବା ସହିତ ଯୁବକ ମାନଙ୍କୁ ରୋଜଗାର ପ୍ରଦାନ କରିବ।

ଶ୍ରୀ ପ୍ରଧାନ ବାଡମେରରେ ରାଜସ୍ଥାନ ଦକ୍ଷତା ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ ଖୋଲିବା ପାଇଁ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେଠାରେ ପେଟ୍ରୋ ସେକ୍ଟର ସହ ଜଡିତ ଶିକ୍ଷା ପ୍ରଦାନ କରାଯିବ। ଏହା ଦ୍ୱାରା ସ୍ଥାନୀୟ ଯୁବକ ମାନେ ଅଧ୍ୟୟନ କରି ରୋଜଗାରର ସୁଯୋଗ ପାଇବେ।

ବାଡମେର ରିଫାଇନାରୀ ମାରବାଡ ଅଂଚଳକୁ ପରିବର୍ତ୍ତନ କରିବାର କ୍ଷମତା ରଖୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଇସ୍ରାଏଲରୁ ଟେକ୍ନୋଲଜି ଅଣା ଯାଇ ମରୁଭୂମି ଅଂଚଳରେ ଭୂତଳ ଜଳକୁ ବ୍ୟବହାର କରା ଯିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top