ରାଜସୁନାଖଳା ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ନୟାଗଡ଼ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହାବିଦ୍ୟାଳୟରେ ଅଧକ୍ଷ ଜୟନ୍ତ କୁମାର ପରିଡାଙ୍କ ତାବଧାନରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଶତାଧିକ ଏନ୍ଏସ୍ଏସ୍ ଓ ଏନ୍ସିସି ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନ ରାଲି ମାଧ୍ୟମରେ କଲେଜ କ୍ୟାମ୍ଫସରୁ ବାହାରି ବିନୋଦପଡା ଛକ ଡିହ ଗାଁ ଓ ନରେନ୍ଦ୍ରପୁର ପଚାଂୟତ ପରିକ୍ରମା କରି ଏଡସ୍ ନିରାକରଣ ସଂପର୍କରେ ଗ୍ରାମବାସୀଙ୍କୁ ଅବଗତ କରିଥିଲେ । ଛାତ୍ରଛାତ୍ରୀ ‘ଏଡସ୍ ହଟାଓ ଜୀବନ ବଂଚାଓ’ ଓ ‘ଭାଇ ଭଉଣୀ ଏକ୍ ହୁଏ ଏଡସ ସବୁ ଦୁରେଇ ଦିଅ’ ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ସଚେତନ ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀଙ୍କ ଏଭଳି ସଚେତନ ଶୋଭାଯାତ୍ରା ମନୋବୃତ୍ତି କୁ ଜନସାଧାରଣ ପ୍ରଶଂସା କରିଥିଲେ । ଏହି ଶୋଭାଯାତ୍ରାରେ ଏନ୍ଏସ୍ଏସ୍ ଅଧିକାରୀ ଜିତେନ୍ଦ୍ର କୁମାର ବସ୍ତି ଏନ୍ସିସି ଅଧିକାରୀ ରଶ୍ମିତା ମଲ୍ଲିକ୍ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ବସନ୍ତ କୁମାର ସାମନ୍ତରାୟ ପ୍ରମୁଖ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସହିତ କରିଥିଲେ । ୧/

Leave a Reply

Your email address will not be published. Required fields are marked *