ରାଜରାସ୍ତାରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବାରିପଦା-୭/୯(ଓଡ଼ିଆପୁଅ/ସନ୍ତୋଷ ବରଜ) ରାଜରାସ୍ତା ଉପରେ ଖରାରେବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଏସଏସବି ରିଜିଅନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ର ଘଟଣା। ତେବେ ଅଧ୍ୟାପକ ଙ୍କ ପରାମର୍ଶରେ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ମାନେ ଏଭଳି ଅଭିନବ ପଦକ୍ଷେପ ନେଇଥିବା କହିଛନ୍ତି ଛାତ୍ରଛାତ୍ରୀ। ଘଟଣାକ୍ରମ ଅନୁଯାୟୀ ଆଜି ବିଜେପି ପକ୍ଷରୁ ପାଳିତ ହେଉଛି ୧୨ଘଣ୍ଟିଆ ବନ୍ଦ। ମୋରଡ଼ା ସମେତ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ନିରୀହ ଅସହାୟ ରୋଗୀ ଓ ଜନସାଧାରଣ। ଏହାର ପ୍ରତିବାଦରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି। ବନ୍ଦ ପାଳନ ଜାରୀ ଥିବା ବେଳେ ଦଲୀୟ କର୍ମୀମାନେ ଅନୁଷ୍ଠାନ ଖୋଲା ରହିଥିବା ଖବର ପାଇ ଯାଇ ପହଞ୍ଚି ଥିଲେ ଇନଷ୍ଟିଚ୍ୟୁଟର ମୁଖ୍ୟ ଫାଟକରେ। ପରେ ଇନଷ୍ଟିଚ୍ୟୁଟ କତ୍ତୃପକ୍ଷ ସହିତ ଆଲୋଚନା କରି ସହଯୋଗ ପାଇଁ ନିବେଦନ ଜଣାଇବାରୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ କାରୀମାନେ ଫେରିଆସିଥିଲେ ସେଠାରୁ। ପରେ ଇନଷ୍ଟିଚ୍ୟୁଟ କତ୍ତୃପକ୍ଷ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ମ।ନଙ୍କୁ ଆଣି ୬୧ନଂ ରାଜ୍ୟ ରାଜପଥ ଉପରେ ଖରାରେ ବସାଇ ପରୀକ୍ଷା ନେଇଥିଲେ। ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ପୁଲିସ ପେଟ୍ରୋଲିଂ ଟିମରୁ ଖବର ପାଇ ମୋରଡ଼ା ଥାନା ଆଇଆଇସି ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଂଚି ଇନଷ୍ଟିଚ୍ୟୁଟ କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଙ୍କ ଆଲୋଚନା କରି ରାଜପଥ ରୁ ଉଠିଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଗ୍ରହଣ କରିନଥିଲେ। ତେବେ ବେଶ କିଛି ସମୟପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଇନଷ୍ଟିଚ୍ୟୁଟ କତ୍ତୃପକ୍ଷ ବେଆଇନ ଜାଣିବା ସତ୍ତ୍ବେ ଏଭଳି ପଦକ୍ଷେପ ଗ୍ରହଣ କରି ନିରୀହ ଛାତ୍ରଛାତ୍ରୀ ଙ୍କୁ ରାଜରାସ୍ତାରେ ବସି ପରୀକ୍ଷା ଦେବାକୁ ଉତ୍ସ୍ୟହିତ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏଭଳି ପଦକ୍ଷେପ ଗ୍ରହଣ କରିବାର ଅଧିକାର କତ୍ତୃପକ୍ଷ ଙ୍କର ନାହିଁ ବୋଲି ମତଦେଇ ତଦନ୍ତ ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର କହିଛନ୍ତି।

Leave a Reply

Your email address will not be published. Required fields are marked *