ଓଡ଼ିଶା

ରାଜରାସ୍ତାରୁ ଗିରଫ ହେଲେ ଚାଷୀ ; ଆଲୋଚନା ପାଇଁ ସରକାର ସରକାର ଗଠନ କଲେ ମନ୍ତ୍ରୀ ସ୍ତରୀୟ କମିଟି

କଟକ/ଭୁବନେଶ୍ୱର-୫ା୧୧, (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କୁ ରାଜ୍ୟସରକାର କାର୍ଯ୍ୟକାରୀ କରିବା ଦାବିକୁ ନେଇ ଆଜି ଭୁବନେଶ୍ୱରରେ ରେ ହେବାକୁ ଥିବା ଚାଷୀଙ୍କ ସମାବେସକୁ ହଂସପାଳ ଠାରେ ଚାଷିମାନଙ୍କୁ ପୁଲିସ ଅଟକାଇବା ଦେଖିବାକୁ ମିଳିଛି। ଗତ କାଲି ଅପରାହ୍ନରେ ସମାବେସକୁ ସ୍ଥଳକୁ ଆସୁଥିବା ଚାଷି ମାନଙ୍କୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାକ୍ଷାତକରି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସା୍ଥବ ଦେଇଥିଲେ। ଉକ୍ତ ପ୍ରସ୍ଥାବକୁ ସଂଗଠନର ନେତା ଅକ୍ଷୟ କୁମାର ପ୍ରତ୍ୟାଖାନ କରି ସରକାର ଯଦି ଆଜି ଅଧ୍ୟାହ୍ନ ୧୨ସୁଧା ଅଡିନାନ୍ସ ଜାରି କରି ପେନସନ ଦେବାକୁ ଘୋସଣା କଲେ ଆମେ ସରକାରଙ୍କ ସହ ଆଲୋଚନା କରିବାକୁ କରିବାକୁ ପସ୍ତୁତ ଅଛୁ ବୋଲି ପ୍ରସ୍ତାବ ଦେଇଥିଲେ। ଆଜି ୧୨ଘଟିକା ପରେ ସରକାର ସେମାନଙ୍କର ପ୍ରସ୍ତାବରେ ଏକମତ ନହୋଇ ବାଲୁଗାଁ ପଟୁ ଆସୁଥିବା ଚାଷୀମାନଙ୍କୁ ଖଣ୍ଡଗିରି ନିକଟରେ ଗିରଫ କରିବା ଦେଖାଯାଇଛି। ସେହିପରି ଯାଜପୁରରୁ ଆଡୁ ଆସୁଥିବା ଚାଷୀମାନଙ୍କୁ ହଂସପାଳ ନିକଟରେ କଟକ ଜିଲ୍ଲାପାଳ, ଜଣେ ଆଇଜି ଓ କିଛି ପୁଲିସ ର ବରିଷ୍ଟ ଅଧିକାରୀ ଙ୍କ ସମେତ୧୨ପ୍ଲାଟୁନ ପୁଲିସ ଫୋର୍ସ ରାସ୍ତାରେ ଗତରାତ୍ରୀ ଠାରୁ ୃଅଟକ ରଖିଛି। ଚାଷୀ ମାନଙ୍କୁ ଆନ୍ଦୋଳନ ଓ ରାଲିକୁ ବନ୍ଦ କରିବାକୁ ସରକାରଙ୍କ ଅଜି ଏକ ମନ୍ତ୍ରୀସ୍ଥରିୟ କମିଟି ଗଠନ କରିଛନ୍ତି। ଏହି କମିଟି ଅର୍ଥମନ୍ତ୍ରୀଙ୍କ ନେତୃତରେ ପଞ୍ଚାୟତରାଜ ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଚାଷୀ ମାନଙ୍କ ସମସ୍ୟା କୁ ସମାଧାନ କରିବାକୁ ଟର୍ମ ଅଫ ରେଫରେନ୍ସ ମାଧ୍ୟମରେ ଆଲୋଚନା ହେବବୋଲି ଘୋସଣା କରିଛନ୍ତି। ଚାଷି ମାନଙ୍କ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ସରକାରୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସରକାର ଆମକୁ ରାଜରାସ୍ତାରୁ ଅଗଣତାନ୍ତ୍ରୀକ ଭାବେ ଗିରଫ କରି ଆମକୁ ଭୁବନେଶ୍ୱର କୁ ଯିବାକୁ ବନ୍ଦ କଲେ ଆଗାମି ଦିନରେ ସରକାରଙ୍କୁ କୌଣସି ଗାଁରେ ଆମେ ପୁରାଇ ଦେବୁ ନାହୁଁ। ଆଜି ଭୁବନେଶ୍ୱରକୁ ଆସୁଥିବା ପୁରୁଷ-ମହିଳା ୪୦ହଜାରରୁ ଅଧିକ ଚାଷୀଙ୍କୁ ଗିରଫ ଦାରି ଆରମ୍ଭ କରିଛି ପୁଲିସ। ସମସ୍ତ ଚାଷୀଙ୍କୁ ଗିରଫ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ଜଣେ ବରିଷ୍ଟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ-ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କୁ ରାଜ୍ୟସରକାର ବଜେଟରେ ବ୍ୟବସ୍ତା କରି ଚାଷୀ ମାନଙ୍କୁ ରାଜ୍ୟରେ ସେମାନଙ୍କ ଅଧିକାର ପ୍ରଦାନ କରିବା ଦାବିକୁ ନେଇ ନବିର୍ମାଣ କୃଷକ ସଂଗଠନ ଆଜି ଭୁବନେଶ୍ୱର ଠାରେ ଏକ ବିଶାଳ ରାଲିକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ପୁଲିସ ଦ୍ୱାରା କରିଥିବା ଉଦ୍ୟମକୁ ଚାଷୀମାନେ ଖାତିର ନକରି ଯାଜପୁରରୁ ପାଦରେ ଚାଲିଚାଲି କଟକ-ଫୁଲନଖରା ଓ ଖୋର୍ଦ୍ଧା ରୁ ଭୁବନେଶ୍ୱର-ତମାଣ୍ଡୋ ଠାରେ ଏକତ୍ରୀତ ହେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚିନ୍ତାର କରଣ ହୋଇଛି। ନବିର୍ମାଣ କୃଷକ ସଂଗଠନକୁ ଭୁବନେଶ୍ୱରରେ ପ୍ରବେଶ ନକରାଇ ଦେବା ପାଇଁ ତମାଣ୍ଡୋ ନିକଟରେ ସରକାର୧୪୪ ଧାରା କରି ପୁଲିସ ମୁତୟନ କରାଯାଥିବାବେଳେ ତମାଣ୍ଡୋରେ ଚାଷୀ ମାନେ ଏକତ୍ରିତ ହୋଇ ସରକାର ବିରୋଧି ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ର ସମସ୍ତ ପ୍ରବେସ ପଥରେ ୧୪୪ ଧାରା ଜାରି କରାଯାଇ ସରକାର ପୁଲିସ ଫୋର୍ସ ମୃତୟନ କରାଯିବା ଦେଖାଯାଇଛି। କୃଷକମାନଙ୍କ ଏହି ଦାବି ଓ ଜନସମାବେସକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞନ ପଟ୍ଟନାୟକ ସମାବେସ ସ୍ଥଳରେ ପହଞ୍ଚି ସମର୍ଥନ କରିଥିବାବେଳେ ବିଜେପି ଦଳ ପକ୍ଷରୁ ସମର୍ଥନ କରାଯିବା ସହ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ସମର୍ଥନ କରିବା ସହ ବିଜେପି କ୍ଷମତାକୁ ଆସିଲେ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କୁ କାର୍ଯ୍ୟକରି କରାଇ ବୋଲି ଟିୟୁଟ ମାଧ୍ୟମରେ ଜରାଇଥିବା ସୂଚନା ମିିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top