ରାଜପୁତ କ୍ଷେତ୍ରୀୟ ସଂଘ ବୈଠକ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରାଜପୁତ କ୍ଷେତ୍ରୀୟ ସଂଘ ପୁରୀର ଉଦଘାଟନୀ ବୈଠକ ନୃସିଂହ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜପୁତ ଏବଂ କ୍ଷେତ୍ରୀୟ ମାନଙ୍କର ସାମାଜିକ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ସଂପର୍କରେ ଆଲୋଚନା କରାଯାଇଥିଲା। ପାରମ୍ପରିକ ସୌଭାଗ୍ୟ ସଂପର୍କ ଓ ସହଯୋଗ ବୃଦ୍ଧି ପାଇଁ ପ୍ରତ୍ୟେକ ସଭ୍ୟ ଉଦ୍ୟମ କରିବାକୁ ଶପଥ ବର୍ଦ୍ଧତା ପ୍ରକାଶ କରିଥିଲେ। ଆଗାମୀ ଦିନରେ ସଂଙ୍ଗଠନକୁ ରାଜ୍ୟସ୍ତର କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ନାରାୟଣ ପ୍ରସାଦ ସିଂ, ତ୍ରିଲୋଚନ ସିଂ, ନୀଳକଣ୍ଠ ସିଂ, ବାବନ ସିଂ, ହରିଶ ଚନ୍ଦ୍ର ସିଂ, ନରୋତ୍ତମ ସିଂ, ରାମ ନାରାୟଣ ସିଂ, ପ୍ରଦୀପ କୁମାର ସିଂ, ଦିବ୍ୟ ସିଂ, ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଗୋଟିଏ ଆବାହକ ମଣ୍ଡଳୀ ଗଠନ ପାଇଁ ସର୍ବସମତି କ୍ରମେ ସ୍ଥିର କରାଯାଇଥିଲା।

Leave a Reply

Your email address will not be published. Required fields are marked *