ରାଜପଥ ଅବରୋଧ : ବାରିପଦା- ବିଶୋଇ-ଯଶୀପୁର ଏନଏଚ ୪୯ ଅବରୋଧ

ବାରିପଦା ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଶୋଇ ବ୍ଲକ ସ୍ଥିତ ମଣଦା ଠାରେ ପ୍ରାୟ ଚାଳିଶ ରୁ ଉର୍ଦ୍ଧ SSG ଗ୍ରୁପ ର ମହିଳା ମାନେ ଦୀର୍ଘ ଦୁଇ ଘଣ୍ଟା କାଳ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଘଟଣା ମୁତାବକ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଲୋନ କରାଇଦେବାପାଇଁ ପ୍ରାୟ ଚାଳିଶ ରୁ ଉର୍ଦ୍ଧ ଗ୍ରୁପ ଠାରୁ ବହୁ ପରିମାଣର ଅର୍ଥ ଆତ୍ମସାତ କରିଥିବାରର ଅଭିଯୋଗ କରିଛନ୍ତି। ଏ ବାବଦରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିଲେ ବୋଲି କହିଛନ୍ତି ଗ୍ରୁପ ର ମହିଳା ମାନେ। ଘଟଣା ସ୍ଥଳରେ ବିଶୋଇ ଥାନା ଅଧିକାରୀ ପହଂଚି ୪୮ ଘଣ୍ଟା ମଧ୍ୟରେ ଆସାମୀ କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବାପରେ ଅବରୋଧ ହଟିଥିଲା।ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *