ରାଜପଥର ଲୁଟେରାକୁ କୋର୍ଟ ଚାଲାଣ

ଯାଜପୁର, ୨୪/୭ ( ଓଡିଆ ପୁଅ/ମାନସ ରାଉତ) : ଦୀର୍ଘ ଦିନରୁ ରାଜପଥ ଉପରେ ଚୋରି ଡକାୟତି ଲୁଟତରାଜ ଆଜି ଚଳାଇଆସୁଥିବା ଜଣେ ରାଜପଥ ଲୁଟେରାଙ୍କୁ ଚଣ୍ଡିଖୋଲ ପାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତବକ ନୂଆସୁଙ୍ଗୁଡା ଗ୍ରାମର ରଶ୍ମି ରଂଜନ ମାହାଲା(୨୦)ଙ୍କ ନାମରେ ବିଭିନ୍ନ କେସ୍ ରହିଥିଲା। ଏପରକି ଗତକାଲି ନିଜ ବାପାକୁ ଭୁଜାଲି ଧରି ହାଣିବାକୁ ଗୋଡାଇଥିଲା। ଫଳରେ ମଙ୍ଗଳବାର ସକାଳ ସମୟରେ ଚଣ୍ଡିଖୋଲ ପାଣ୍ଡି ପକ୍ଷରୁ ଏସ.ଆଇ ନାରାୟଣ ବେହେରାଙ୍କ ନେତୃତ୍ୱରେ ତାଙ୍କ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥ୍ôଲା। ତାଙ୍କ ନାମରେ କେସ ନମ୍ବର ୧୦୬/୨୦୧୮ରେ ଏକ ମାମଲା ଦାୟର କରି ଭାରତୀୟ ପିଙ୍ଗଲ କୋଡ ଦଫା ୩୯୯, ୪୦୨ ଆଦି ଲାଗଇ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *