ରାଜନୈତିକ ଶତ୍ରୁତା ନେଇ ଅବହେଳିତ ହାଟପଦା ବଜାର ସମସ୍ୟା ସମାଧାନ ପାଇଁ ଦାବି

ଟିଟିଲାଗଡ ୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପୌର ପରିଷଦ ଦ୍ୱାରା ପରିଚାଳିତ ସାପ୍ତାହିକ ଓ ଦୈନିକ ହାଟପଦା ବଜାରର ଅବସ୍ଥା ଶୋଚନୀୟ ସହ ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। ଟିଟିଲାଗଡ ସବଡ଼ିଭିଜନର ଅlଖ, ପାଖ ତଥା ଦୂର ଦୂରାନ୍ତ ଓ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀ ନିର୍ଭର କରିଥାନ୍ତି। ଏହି ମୁଖ୍ୟ ବଜାର ଉପରେ ସହର ଓ ଆଖ ପାଖ ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣ ନିର୍ଭର କରିଥାନ୍ତି। ଦୈନିକ ଲକ୍ଷ, ଲକ୍ଷ ଟଙ୍କାର ରାଜସ୍ୱ ବିଭାଗୀୟ ପୌର ପରିଷଦ ଆଦାୟ କରିବା ସତ୍ୱେ ପରିଚାଳନା ଗତ ତ୍ରୁଟି ଓ ଦାଇତ୍ୱ ହୀନତା ଯୋଗୁଁ ବଜାରର ଅବସ୍ଥା ଦୟନୀୟ ହୋଇ ପଡିଛି। ସାଧାରଣ ବୁଲା ଗାଈ, ଗୋରୁଙ୍କ ଆକ୍ରମଣର ଶିକାର ହେବା ସହ ପରିମଳ ବ୍ୟବସ୍ଥା ଦୟନୀୟ ହୋଇ ଯାଇଛି। ସାମାନ୍ୟ ବର୍ଷା ଯୋଗୁଁ କାଦୁଅ ସର, ସର ହୋଇ ଯାଉଥିବା ବେଳେ ବିକାଳୀଙ୍କୁ ସଠିକ ଭାବେ ସ୍ଥାନ ନ ଦେବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବା ସାର ହେଉଛି। ଲୋକ ବାଧ୍ୟ ହୋଇ କିଣା ବିକା କରି ହଟହଟା ହେଉଥିବା ଜାଣି ସୁଦ୍ଧା ବିଭାଗୀୟ ଅଧିକାରୀ କେବଳ ଟିକସ ଆଦାୟ କରି ନୀରବ ରହିବା ସାର ହେଉଛି। ଏପରିକି ଦୋକାନ ମାନ କରି ଜମା ଅମାନତ ରାଶି ସାଧାରଣ ଓ ବ୍ୟବସାୟୀ ଠାରୁ ନେଇଯାଇ ଅର୍ଦ୍ଧନିର୍ମିତ ଦୋକାନ ସମ୍ପୂର୍ଣ ନ କରିବାରୁ ସେଗୁଡିକ ବି ନଷ୍ଟ ହେବାରେ ଲାଗିଛି। ପାଚେରୀ ତ ଦୂରର କଥା ପାନୀୟ ଜଳ ସୁବିଧା ତଥା ଏକ ଶୌଚାଳୟଟିଏ ନ ଥିବାରୁ ସାଧାରଣ ଓ ବିଶେଷ କରି ମହିଳାମାନେ ଅକଥନୀୟ ହଟହଟା ହୋଇଥାନ୍ତି। ସ୍ଥାନୀୟ ବିଧାୟିକା ଉକ୍ତ ବଜାର ପନ୍ଦର ନମ୍ବର ୱାର୍ଡରେ ଥିବାରୁ ତାଙ୍କ ବ୍ୟକ୍ତିଗତ ଶତ୍ରୁତା ଉକ୍ତ ଅଂଚଳର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଥିବାରୁ ସେ ସମସ୍ତ ଉନ୍ନତି ମୂଳକ କାମ ପାଇଁ ସ୍ପଷ୍ଟ ମନା କରିଦେଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରି ସେ ନିରୁପାୟ ବୋଲି କହିଛନ୍ତି। ସେହିପରି ଏହି ଅଞ୍ଚଳରେ ଉକ୍ତ ରାଜନୈତିକ ଶତ୍ରୁତା କାରଣରୁ ରାସ୍ତା ଘlଟ ପରିମଳ ଆଦି ସମସ୍ତ ଦୃଷ୍ଟି ରୁ ବଞ୍‌ଚିତ କରି ରଖାଯାଇଛି। ଏ ନେଇ ଟିଟିଲାଗଡ ଯୁବ ନାଗରିକ କମିଟି ତରଫରୁ ତୁରନ୍ତ ପଦକ୍ଷେପ ପାଇଁ ଲିଖିତ ଦାବିପତ୍ର ପ୍ରେରଣ କରିବା ସହ ଆବଶ୍ୟକ ହେଲେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *