ଓଡ଼ିଶା

ରାଜନୈତିକ ବିବାଦ ଚରମ ସୀମାରେ, ଦେଓଗାଁ ବଜାରରେ ବୁଲିଲା ଖଣ୍ଡା ଓ ଭୁଜାଲି

ଘଷିପୁରା୧୯/୭/୧୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମ ରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସରପଂଚଙ୍କ ଦୁଇ ପୁତୁରାଙ୍କୁ ଖଣ୍ଡା ଓ ଭୁଜାଲି ଦ୍ୱାରା ଆକ୍ରମଣ କରାଯାଇଛି।

୧୫ତାରିଖରେ କୂଶଳେଶ୍ୱର ମନ୍ଦିର ସମାନରେ ଦେଓଗାଁ ଗ୍ରାମର ଗବିଶ ଚନ୍ଦ୍ର ଶତପଥି ଙ୍କୁ ବିଜେଡି ର ଏକ ଗୋଷ୍ଠୀ ମାଡ ମାରିଥିଲେ ଏନେଇ ସେ ଘଷିପୁରା ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ରୁ୧୭ ତାରିଖ ସନ୍ଧ୍ୟାରେ ବିଜେଡି ର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ବଜାରରେ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ବୁଲିବା ରୁ ବଜାର ବନ୍ଦ ହୋଇଗଲା ପୋଲିସ ଆସି ଯିବାରୁ ଦୁଇ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣା ପାଇଁ ବିଜେଡି ର ଏକ ଗୋଷ୍ଠୀ ସ୍ଥାନୀୟ ସରପଞ୍ଚ ଙ୍କ ଘର ଉପରେ ୭ରୁ ୮ଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ ଘରେ ସରପଞ୍ଚ ଅଶାନ୍ତି ବଳ ଙ୍କ ଦୁଇ ପୁତୁରାଙ୍କୁ ଖଣ୍ଡା ଏବଂ ଭୁଜାଲି ରେ ହାଣି ପକାଇଥିଲେ ସେମାନେ ଚିତ୍କାର କରିବାରୁ ଗ୍ରାମ ବସି ଦଉଡି ଆସିଲେ ଏବଂ ଆକ୍ରମଣ କାରୀମାନେ ପଳାଇ ଯାଇଥିଲେ।ଏହି ଘଟଣା ରେ ଦେଓଗାଁ ଗ୍ରାମରେ ପ୍ରବଳ ଉତେଜନା ଦେଖା ଦେଇଛି।ଗ୍ରାମବାସୀ ଆକ୍ରମଣ କରି ଥିବା ଦୁର୍ବୁତ୍ତ ଙ୍କୁ ଶୀଘ୍ର ଗିରଫ ଦାବି କରିଛନ୍ତି ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମହିଳା ମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top