ରାଜନୀତିର ପଶାପାଲିରେ ମୁକ୍ତିକାନ୍ତ!

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ନାମ ମୁକ୍ତିକାନ୍ତ ବିଶ୍ୱାଳ। ଘର ରାଉରକେଲା ଖରିଆବାହାଲ ବସ୍ତିରେ। ଭଦ୍ରକ ମୂଳବାସିନ୍ଦା ଜଣେ ସାଧାରଣ ଯୁବକ। ହେଲେ ତାଙ୍କର ଥିଲା ଦେଶ ତଥା ଜନ୍ମମାଟି ପାଇଁ କିଛି ନୂଆ କରିବାର ନିଶା। ରାଉରକେଲାରେ ବହୁ ଦିନରୁ ଲାଗି ରହିଥିବା ଦୁଇଟି ପ୍ରମୁଖ ସମସ୍ୟା ଯଥା ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚରେ ମେଡିକାଲ ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନେପକାଇବା ପାଇଁ ଗତ ଏପ୍ରିଲ ୧୬ ତାରିଖରେ ମୁକ୍ତିକାନ୍ତ ରାଉରକେଲାରୁ ନୂଆଦିଲ୍ଲୀ ପର୍ଯ୍ୟରେ ପାଦରେ ଚାଲି ଚାଲି ଆରମ୍ଭ କରିଥିଲେ ପଦବ୍ରଜ ଯାତ୍ରା। ବହୁରାଜ୍ୟ ଦେଇ କଂଟକିତ ପଥ ଅତିକ୍ରମ କରି ଗତ ଜୁନ ୨୬ ତାରିଖରେ ପାଦ ଥାପିଥିଲେ ନୂଆଦିଲ୍ଲୀରେ। ମାତ୍ର ବିଧିନ ବିଧାନ ଥିଲା କିଛି ଅଲଗା। ମୁକ୍ତିକାନ୍ତଙ୍କୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନିତୀ। ମୁକ୍ତିକାନ୍ତଙ୍କ ପଦବ୍ରଜ ଯାତ୍ରାରେ ବାଧକ ସାଜିଥିଲା ରାଜନୀତି। ରାଜନିତୀର ପଶପାଲିରେ ପଡ଼ି ଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ। ତାଙ୍କୁ ପ୍ରଶଂସା କରିବା ଲାଗି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ସୋସିଆଲ ମିଡ଼ିଆରେ ଟ୍ୱିଟ କରିବା ପରେ ଏହାକୁ ସହଜେ ହଜମ କରି ପାରିନଥିଲା ବିଜେପି। ମୁକ୍ତିକାନ୍ତ ଦିଲୀରେ ପଂହଚିବା ପରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିପରି ସାକ୍ଷାତ କରିବେ ବୋଲି ସାହାଯ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ନଭେଟିବା ପର୍ଯ୍ୟନ୍ତ ରାଉରକେଲା ଫେରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ସେଠାରେ ସେ ନିଜର ଅନଶନ ଜାରି ରଖିବେ। ଅପରପକ୍ଷରେ ରାଉରକେଲାର ଏକ ଛୋଟିଆ ବସ୍ତି ଖରିଆବାହାଲ ଏବେ ସାରା ଭାରତର ଗର୍ବ ଓ ଗୌରବ ପାଲଟିଥିବା ବେଳେ ରାଉରକେଲା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave a Reply

Your email address will not be published. Required fields are marked *