ରାଜଧାନୀ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ ଦର୍ଶାଉଛି : ବିଜେପି

– ସାଲିଆସାହି ଯାଇ ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ ବିଜେପି ପ୍ରତିନିଧି ଦଳ
ଭୁବନେଶ୍ୱର, ତା.୧୧/୧୧ (ଓଡ଼ିଆ ପୁଅ) : ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିମଳ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହି କାରଣରୁ ଗ୍ରାମଂଚଳଠୁ ଆରମ୍ଭ କରି ସହରାଂଚଳ ସବୁ ସ୍ଥାନରେ ସାଧାରଣ ଜନତା ନାହିଁ ନଥିବା ହଇରାଣ ହେବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ ଭାବେ ସହରାଂଚଳର ବସ୍ତିମାନଙ୍କରେ ବାସ କରୁଥିବା ଲୋକମାନେ ବହୁ କଷ୍ଟରେ ବାସ କରୁଛନ୍ତି। ଆବଶ୍ୟକୀୟ ମୈାଲିକ ସୁବିଧା ପାଇବାକୁ ଏହି ବସ୍ତିବାସିନ୍ଦାମାନେ ପ୍ରଶାସନଠୁ ଆରମ୍ଭ କରି ସରକାରଙ୍କୁ ବହୁ ଥର ଦାବି ଜଣାଇବା ସତ୍ୱେ କୈାଣସି ସମାଧାନ ନପାଇ ଜୀବନ ଅତିବାହିତ କରୁଛନ୍ତି। ରାଜଧାନୀ ଭଳି ଭୁବନେଶ୍ୱରରେ ମଧ୍ୟ ପରିମଳ ଓ ସ୍ୱାସ୍ଥ୍ୟ ସେବା ଅତି ନିମ୍ନ ମାନର ଅଟେ। ପ୍ରଶାସନଠୁ ଆରମ୍ଭ କରି ସରକାରୀ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିବା କାରଣରୁ ସହରର ମଧ୍ୟ ଭାଗରେ ଥିବା ସାଲିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନବ ବଢିବାରେ ଲାଗିଛି। ଏହା ହିଁ ରାଜ୍ୟ ସରକାରଙ୍କ ବସ୍ତବାସିନ୍ଦାଙ୍କ ପ୍ରତି ଥିବା ଆନ୍ତରିକତାହୀନକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତିଙ୍କ ନେତୃତ୍ୱରେ ସାଲିଆ ସାହି ଯାଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଏବଂ ତାଙ୍କ ପରିବାରବର୍ଗ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ସାବତ, ସଂପାଦକ ସଂଗ୍ରାମ କେଶରୀ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ବସ୍ତି ଉନ୍ନୟନ ପ୍ରକୋଷ୍ଠର ଅବାହାକ ଶ୍ରୀ ଅଞ୍ଜନ ନାଥ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *