ଜିଲ୍ଲା ପରିକ୍ରମା

ରାଜଧାନୀରେ ଏଆଇଟିୟୁସି ସହବନ୍ଧିତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମେ ଦିବସ ପାଳିତ

ଭୁବେନଶ୍ୱର, ୩/୫ (ଓଡ଼ିଆ ପୁଅ)- ଗତକାଲି ଏଆଇଟିୟୁସି ସହବନ୍ଧିତ ଇଷ୍ଟକୋଷ୍ଟ ରେଲେୱେ ପୋଟର୍ସ ୟୁନିୟନ ଓ ରାଜଧାନୀ ଅଟୋଚାଳକ ସଂଘ, ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲ୍ ଚର ବିଲ୍ ଡିଂ କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିୟନ, ଭୁବନେଶ୍ୱର ଉଠାଦୋକାନୀ ସଂଘ ଓ ରାଜଧାନୀ କୁଲି ମୂଲିଆ ସଂଘ ପକ୍ଷରୁ ଭୁବନେଶ୍ୱରରେ ମିଳିତ ଭାବେ ଆନ୍ତର୍ଜାତିକ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଗତକାଲି ପୂର୍ବାହ୍ନ ୧୦ଟା ୩୦ରେ ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରି ରାଜମହଲ ଛକ ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନ ଛକଦେଇ ଅଶୋକନଗରଠାରେ ପହଞ୍ଚିଥିଲା। ସେଠାରେ ଏଆଇଟିୟୁସି ଖୋର୍ଦ୍ଧା ଜିଲା ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ ଗୋ ଯୋଗଦେଇ କହିଥିଲେଯେ, ବିଶ୍ୱରେ ଶ୍ରମିକମାନେ ସଂଗ୍ରାମ କରି ଯେଉଁ ୮ ଘଣ୍ଟା ଶ୍ରମ ଦିବସର ଦାବି ହାସଲ କରିଥିଲେ ତାହା ଆଜି ଆମ ଦେଶରେ ବିଜେପି ସରକାର ଛଡେଇ ନେବାକୁ ଉଦ୍ୟତ। ପ୍ରଚଳିତ ୪୦ ଗୋଟି ଶ୍ରମ ଆଇନକୁ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ଅଧିକ ଶୋଷଣ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦେଶରେ ବିମୁଦ୍ରୀକରଣ ଓ ଜିଏସ୍ ଟି ବିଲ୍ ଆଣି ସାଧାରଣ ଲୋକଙ୍କ ଉପରେ ଟିସକର ବୋଝ ଲଦି ଦେଇଛନ୍ତି। କେନ୍ଦ୍ର ସରକାର ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଚଳାଇଛି, ଏପରିକି ଅନେକ ସ୍ଥାନରେ ସେମାନଙ୍କୁ ହତ୍ୟା କରୁଛନ୍ତି। ଏହା ବିରୁଦ୍ଧରେ ଶ୍ରମିକଶ୍ରେଣୀର ଐକବଦ୍ଧ ସଂଗ୍ରାମ ପାଇଁ ମେ ଦିବସରେ ଶପଥ ନେବାକୁ ଆହ୍ୱାନ ଦେଇଥିଲେ। ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା, ଦାମୋଦର ମହାପାତ୍ର, କୈଳାସ ପୁହାଣ, ଭାରତ ପାଣିଗ୍ରାହୀ ଓ ଗୋହିଗୋବିନ୍ଦ ବେଶ୍ରା ପ୍ରମୁଖ ଉଦ୍ ବୋଧନ ଦେଇ କହିଥିଲେଯେ, ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଦ୍ୟୁତ୍, ଜଳ ଆଜିର ଦିନରେ ବ୍ୟୟବହୁଳ ହୋଇଛି। କଳ କାରଖାନା, ଖଣି ବନ୍ଦ ସାଙ୍ଗକୁ ବେକାରୀ ବଢିବା ସହ କାମ ମିଳୁନାହିଁ। ଠିକା, କାଜୁଆଲ, ଏନ୍ ଏମ୍ ଆର୍, ଡିଏଲ୍ ଆର୍, ଅସଂଗଠିତ ଶ୍ରମିକ, ଟ୍ରେନିଂ, ସ୍କିମ ଶ୍ରମିକ ନାମରେ ଶ୍ରମିକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି। ପେନ୍ ସନ ଓ ଭବିଷ୍ୟନିଧି ଜମା ଉପରେ ଆକ୍ରମଣ ହେଉଛି। କେନ୍ଦ୍ର ବଜେଟ୍ ରେ ମନରେଗା, ଆଇସିଡିଏସ୍, ଶିକ୍ଷା ଆଦିର ବ୍ୟୟ ଅଟକଳ ହ୍ରାସ କରାଯାଇଛି। ମାଲିକମାନଙ୍କ ସ୍ୱାର୍ଥ ସପକ୍ଷରେ ୪୦ଟି ଶ୍ରମ ଆଇନକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ ଚଳାଇଛନ୍ତି। ମେ ଦିବସରେ ଏହାକୁ ପ୍ରତିହତ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଶରତ ସ୍ୱାଇଁ, ରିତା ସେଠୀ, ଛେତମ୍ବର ଭୋଇ, ପ୍ରସନ୍ନ ନାୟକ, ଲୋକନାଥ ଭୋଇ, ସସ୍ମିତା ନାୟକ, ମମତା ମହାପାତ୍ର, ଅହଲ୍ୟା ସାହୁ, ନିତୁ ଛାଟିଆ ପ୍ରମୁଖ ନେତୃତ୍ୱ ଯୋଗ ଦେଇଥିଲେ। ରାଲୀ ପୂର୍ବରୁ ରାଜଧାନୀ ଅଟୋଚାଳକ ସଂଘ ଓ ଇଷ୍ଟକୋଷ୍ଟ ରେଲୱେ ପୋର୍ଟର୍ସ ୟୁନିୟନ ପକ୍ଷରୁ ଏହାର ସଭାପତି ସୁର ଜେନା ଲାଲପତାକା ଉତ୍ତୋଳନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top