ରାଜଗାଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ରାଉରକେଲା ୨୦-୧୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଜୁଏଲ ଓରାମ ତାଙ୍କ ସୁନ୍ଦରଗଡ଼ ଜିଲ୍ଲା ୪ ଦିନିଆ ଗସ୍ତ ଅବସରରେ ପ୍ରଥମ ଦିନ ରାଜଗାଙ୍ଗପୁର ଓ କୁତ୍ରା ବ୍ଳକରେ ସାଂସଦ ପାଣ୍ଠିରୁ ଅନୁଦାନ କରିଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପୂର୍ବାହ୍ନରେ ରାଜଗାଙ୍ଗପୁର ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରେ ୨ ଶହର ଉଦ୍ଧ୍ୱ ର୍କଂଗ୍ରେସ ଓ ବିଜେଡ଼ି ଦଳରକର୍ମୀସେମାନଙ୍କ ଦଳ ଛାଡ଼ି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ମନ୍ତ୍ରୀ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ। ଏହାଦ୍ୱାରା ସୁନ୍ଦରଗଡ଼ରେ ବିଜେପିର କାୟା ଆହୁରି ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ। ପରେ ମନ୍ତ୍ରୀ ଶ୍ରୀ ଓରାମ ରାଜଗାଙ୍ଗପୁର ପୌରପାଳିକାର ୬ ନମ୍ବର ୱାର୍ଡ଼ ବଗିଚା ପଡ଼ାଠାରେ ୪ ଲକ୍ଷଟଙ୍କା ବ୍ୟୟରେ ଏକ ଗାଧୁଆ ଘାଟର ଶୁଭ ଉଦ୍ଘାଟନ କରିଥିଲେ। ପରେ ରାଜଗାଙ୍ଗପୁର ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ୨୧ ଲକ୍ଷ ଟଙ୍କ। ବ୍ୟୟରେ ନିର୍ମିତ ଏକ ମିଟିଙ୍ଗ ହଲର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ଶ୍ରୀ ଓରାମ ଉଦବୋଧନ ଦେଇ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।ସୁ୍ଦରଗଡ଼ର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ପୂର୍ବରୁ ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି ରାଜ୍ୟ ସରକାର ଖର୍ଚ୍ଚ ନିଜ ଇଛା ମୁତାବକ କରୁଥିଲେ। କିନ୍ତୁ ବର୍ତମାନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ପରେ ଏହି ନିୟମକୁ ପରିବର୍ତ୍ତନ କରାଯାଇ ଯେଉଁ ଜିଲ୍ଲାରୁ ସଂଗୃହିତ ଖଣିଜ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚହେବ ବୋଲି ନିର୍ଦ୍ଦେଶ କରିଛନ୍ତି। ଯାହାଫଳରେ ସୁନ୍ଦରଗଡ ଜିଲ୍ଲାରେଏହି ଦୁଇ ବର୍ଷରେ ୧୧ଶହ କୋଟି ଖର୍ଚ୍ଚ ହେବ। ସୁନ୍ଦରଗଡ଼କୁ ଅମୃତ ଯୋଜନା ଓ ରାଉଲକେଲାକୁ ସ୍ମାର୍ଟସିଟ୍ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ସାମଗ୍ରିକ ଭାବରେ ବହୁତ ଉନ୍ନତି ଘଟିବ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୬୦୦ କୋଟିଟଙ୍କା ବ୍ୟୟରେ ୨୯୨ ଟିରାସ୍ତା (ଦୀର୍ଘ ୩୦୮ କି.ମି.) ଅର୍ନ୍ତଭୁକ୍ତ କରାଯାଇଛ ି ବୋଲି ଶ୍ରୀଓରାମ ପ୍ରକାଶ କରିଥିଲେ।ଏହାପରେ ମନ୍ତ୍ରୀ ଶ୍ରୀ ଓରାମ ଲିପ୍ଲଇଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠି କେନ୍ଦ୍ର ଓ ପାଚେରୀର ଉଦ୍ଘାଟନ ଏବଂ କୁତ୍ରାବ୍ଳକ ଅନ୍ତର୍ଗତ ଫରିଙ୍ଗ ଟୋଲାଠାରେ ଏକ ଗୋଷ୍ଠି କେନ୍ଦ୍ର ଶିଳାନ୍ୟାସ କରିଥିଲେ। ପରେ ପରେ କୁତ୍ରାବ୍ଳକ ଅନ୍ତର୍ଗତ କନ୍ଦେଇ ମୁଣ୍ଡାରେ ଠାରେ ଗୋଷ୍ଠିକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀଓରାମ କଟାଙ୍ଗସ୍ଥିତ ଶାନ୍ତା ଦେବୀ ଉଚ୍ଚ ବିଦ୍ୟାଳର ରୌପ୍ୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ। ଗୋଟିଏ ଅନୁଷ୍ଠାନ ପାଇଁ ୨୫ ବର୍ଷ କିଛି କମ କଥା ନୁହେଁ। ବହୁଘାତ ପ୍ରତିଘାତ ସତ୍ୱେଏହି ଅନୁଷ୍ଠାନ ନିରବ ଚ୍ଛିନ୍ନ ଭାବେ ବହୁ ମେଧାବୀ ଛାତ୍ର ଛାତ୍ରୀ ନିର୍ମାଣ କରି ସୁନ୍ଦରଗଡ଼ର ଗୌରବ ବଢ଼ାଇଛନ୍ତି। ସେଥିପାଇଁ ମନ୍ତ୍ରୀ ଓରାମ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଶ୍ରୀ ଓରାମ ଲାଠିକଟାବ୍ଳକ ଅନ୍ତର୍ଗତ ଚିକଟ ମାଟିଠାରେ ପାଡ଼ହା ସମାଜତର‘ରୁ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓରାମଙ୍କ ସହସୁନ୍ଦରଗଡ ବିଜେପି ଜିଲ୍ଲା ସଭାପତି ବଟ କିଶୋର ମିଶ୍ର ବିଜେପି ନେତ। କୁଲଦୀପ ସିଂହ, ଉପେନ୍ଦ୍ର ପ୍ରଧାନ, ମହେନ୍ଦ୍ର ମାଝି, ଜୁନାସଲୁଗୁନ୍, ସୁରେନ୍ଦ୍ର ଦେହୁରୀ, ସଞ୍ଜିବ ସାହୁ, ‘ଲିସିଟା ଲାକ୍ରାଙ୍କ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *