କେନ୍ଦ୍ରାପଡ଼ା

ରାଜକନିକା ଥାନାର ଉଦାସୀନତା ବିରୋଧରେ ଏସପିଙ୍କୁ ଭେଟିଲେ ବିବେକାନନ୍ଦ

କେନ୍ଦ୍ରାପଡା ୮/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ରାଜକନିକା ଥାନାରେ ଅଭିଯୋଗ କରି ସେଠାରୁ ନ୍ୟାୟ ନପାଇବାରୁ ରାଜକନିକା ଥାନାର ଉଦାସୀନତା ବିରୋଧରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତଙ୍କୁ ଭେଟିଛନ୍ତି ବିବେକାନନ୍ଦ। ଘଟଣାରୁ ପ୍ରକାଶ ଯେ ରାଜକନିକା ଥାନା ଅନ୍ତର୍ଗତ ଦଶିପୁର ଗ୍ରାମର ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶ ଆଳି ବ୍ଲକକୁ ଦଶିପୁର ଗ୍ରାମର ଖାଉଟି ସାମଗ୍ରୀ ବିଷୟରେ ବୁଝିବା ପାଇଁ ଯାଇଥିବା ସମୟରେ ତାଙ୍କୁ ଦୁଇଜଣ ଦୃର୍ବୁତ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବିବେକାନନ୍ଦ ଏ ସମ୍ପର୍କରେ ରାଜକନିକା ଥାନାରେ ଜାନୁଆରିମାସ ୩୦ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଅଭିଯୁକ୍ତମାନେ ବିବେକାନନ୍ଦଙ୍କୁ ପୁନର୍ବାର ଧମକ ଦେବାରୁ ସେ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ରାଜକନିକା ଥାନାର ଉଦାସୀନତା ବିରୋଧରେ ଅଭିଯୋଗ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଆରକ୍ଷୀ ଅଧିକ୍ଷକ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜକନିକା ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top