ଓଡ଼ିଶା

ରାଉଲକେଲା ଓ ଟାଙ୍ଗରପଲ୍ଲୀ ଠାରେ ଜୁଏଲ ଓରାମଙ୍କ ଦ୍ୱାରା ଏଲପିଜି ବିତରଣ

– ରାଉଲକେଲା ଓ ଟାଙ୍ଗରପଲ୍ଲୀ ଠାରେ ଜୁଏଲ ଓରାମଙ୍କ ଦ୍ୱାରା ଏଲପିଜି ବିତରଣ।
– ରାଉଲକେଲା ରେଳ ଷ୍ଟେସନ ଠାରେ ନବନିର୍ମିତ ସ୍ୱଂୟଚାଳିତ ସିଡ଼ିର ଉଦ୍ଘାଟନ କଲେ ମନ୍ତ୍ରୀ ଶ୍ରୀ ଓରାମ।
– କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନହିତକର ଯୋଜନାଗୁଡିକୁ ଗାଁ ଗାଁରେ ପହଂଚାଇବାକୁ ଜୁଏଲ ଓରାମଙ୍କ ପରାମର୍ଶ

ରାଉଲକେଲା, ତା.୨୦.୪.୨୦୧୮ (ଓଡ଼ିଆ ପୁଅ) ଭାରତର ସରକାରଙ୍କ ଦ୍ୱାରା ୧୪ ଅପ୍ରେଲ ରୁ ୫ ମଇ ପର୍ଯ୍ୟନ୍ତ ଚାଲୁଥିବା ଗ୍ରାମ ସ୍ୱରାଜ୍ୟ ଅଭିଯାନ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ଏବଂ ରାଉଲକେଲା ଶିଳ୍ପାଂଚଳ ସ୍ଥିତ ବି-୩୧ ଠାରେ ତୈଳ କମ୍ପାନୀମାନଙ୍କ ତରଫରୁ ଆୟୋଜିତ ‘ଉଜ୍ଜଳା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ଗରିବ ମହିଳାମାନଙ୍କୁ ଏଲପିଜି ବିତରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ଓରାମ ଟାଙ୍ଗରପାଲି ଠାରେ ୨୦୦ ମହିଳା ହିତାଧିକାରୀମାନଙ୍କୁ ଏଲପିଜି ବିତରଣ କରିଥିଲେ। ସେହିପରି ରାଉଲକେଲା ଶିଳ୍ପାଂଚଳ ଠାରେ ମଧ୍ୟ ୧୦୦ ଜଣ ହିତାଧିକାରୀମାନଙ୍କୁ ଏଲପିଜି ବିତରଣ କରିବା ସହିତ ଗ୍ୟାସ ସିଲିଣ୍ଡର ନିରାପଦ ବ୍ୟବହାର ସମ୍ପର୍କିତ ଏକ ସଚେତନତା କର୍ମଶାଳାରେ ଯୋଗଦେଇଥିଲେ। ଶ୍ରୀ ଓରାମ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨୦୧୬ ମେ ୧ ଶୁଭାରମ୍ଭ ହୋଇ ବର୍ତମାନ ସୁଦ୍ଧା ସମଗ୍ର ଦେଶରେ ୩.୫୭ କୋଟି ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି, ଯାହାକି ଏକ ରେକର୍ଡ଼। ୨୦୨୦ ସୁଦ୍ଧା ଏହାକୁ ୮ କୋଟିରେ ପହଂଚାଇବାର ଲକ୍ଷ୍ୟ ରଖାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତେ ଯେମିତି ଏହାର ସୁବିଧା ପାଇବେ ସେଥିପାଇଁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୁଲଭ ଇନ୍ଧନ କାରଣରୁ ସାଧାରଣ ଜୀବନସ୍ତରରେ ସୁଧାର ଆସିବା ସହିତ ବାୟୁ ପ୍ରଦ୍ୟୁଷଣ ହ୍ରାସ ଘଟିଛି। କମ୍ପାନୀର ଅଧିକାରୀମାନେ ଗ୍ୟାସ ବ୍ୟବହାର କୁଶଳତା, ସୁରକ୍ଷା ବିଷୟରେ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ, ଆର୍ଥୀକ ବିକାଶ ଆଦି ବିଷୟରେ ପରାମର୍ଶ ଦେଇଥିଲେ। ଆହୁରିମଧ୍ୟ ଶ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ସମ୍ପର୍କରେ ବୁଝାଇବା ସହିତ ଏହାର ସୁଫଳ କିପରି ସାଧାରଣ ଜନତା ପାଇ ପାରିବେ ସେଥିପାଇଁ ଗାଁ ଗାଁ ଯାଇ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଜି ଶ୍ରୀ ଓରାମ ପୂର୍ବାହ୍ନରେ ରାଉଲକେଲା ୧୩ ନମ୍ବର ୱାର୍ଡ଼ର ଟିମ୍ବର କଲୋନୀ ଠାରେ ୫ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା କମ୍ୟୁନିଟ ସେଂଟର ଶିଳାନ୍ୟାସ କରିବା ସହି ୧୫ ନମ୍ବର ୱାର୍ଡ଼ର ସର୍ଦ୍ଦାରବସ୍ତିରେ ଏକ କମ୍ୟୁନିଟ ସେଂଟରର ଉଦ୍ଘାଟନ କରିଥିଲେ। ସେହିପରି ବଣ୍ଡୋମୁଣ୍ଡା ୨୫ ନମ୍ବର ୱାର୍ଡର ଏକ ୨୦୦ ମିଟର ଗଭୀର ନଳକୂପର ମଧ୍ୟ ଉଦ୍ଘାଟନ କରିଥିଲେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଓରାମ ଛେଣ୍ଡସ୍ଥିତ ପ୍ରଧାନମନ୍ତ୍ରୀ କୁଶଳ ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇ ବିଭିନ୍ନ ବିଷୟରେ କୌଶଳ ଟ୍ରେନଂ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କରିବା ସହିତ ଟ୍ରେନଂ ନେଇ ସାରିବାପରେ ସେମାନଙ୍କୁ କିପରି ନିଯୁକ୍ତି ଦିଆଯାଇ ପାରିବ ସେ ସମ୍ବନ୍ଧରେ ସଂପୃକ୍ତ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ସଂନ୍ଧ୍ୟାରେ ଶ୍ରୀ ଓରାମ ରାଉଲକେଲା ରେଳ ଷ୍ଟେସନ ଠାରେ ତାଙ୍କ ସାଂସଦ ପାଣ୍ଠିରୁ ଅନୁମୋଦିତ ୧୭ ଲକ୍ଷ ଟଙ୍କା ବ୍ୟୟରେ ଯାତ୍ରୀମାନଙ୍କ ବସିବା ପାଇଁ ଚେୟାର ଏବଂ ନବ ନିର୍ମିତ ସ୍ୱଂୟଚାଳିତ ସିଡ଼ିର ଉଦ୍ଘାଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top