ଜିଲ୍ଲା ପରିକ୍ରମା

ରାଉରକେଲା ବଣିକ ସଂଘର ବଜେଟ କର୍ମଶାଳା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ରାଉରକେଲା ବଣିକ ସଂଘ ପକ୍ଷରୁ ଚଳିତ ବର୍ଷର ବଜେଟକୁ ସ୍ୱାଗତ କରାଯାଇଛି। ବଣିକ ସଂଘର ସଭାପତି କେକେ ପୋଦ୍ଦାର ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତିଯେ, ଏଥର ବଜେଟ ଭଲ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସେନା ସେକ୍ଟର, ରେଳ ବିଭାଗ କ୍ଷେତ୍ରରେ ବଜେଟରେ ସୁବିଧା ପ୍ରଦାନ କରାଯାଇଛି। ତିନୋଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ହେବାର ଯୋଜନା ସରକାରଙ୍କ ପକ୍ଷରୁ ରହିଛି ବୋଲି ଆୟୋଜିତ ଏକ କର୍ମଶାଳାରେ ମତ ବିନିମୟ କରାଯାଇଥିଲା। ଚାକିରିଆଙ୍କ ପାଇଁ ଟ୍ୟାକ୍ସ କ୍ଷେତ୍ରରେ ୪୦ ହଜାର ରିହାତି ମିଳିଛି। ଚଳିତ ବଜେଟକୁ ବଣିକ ସଂଘର ସମସ୍ତ କର୍ମକର୍ତ୍ତା ସ୍ୱାଗତ କରିବା ସହ ଏହା ଏକ ଚାଷୀ ଅନୂକୂଳ ଓ ଲୋକାଭୀମୁଖୀ ବଜେଟ ବୋଲି ମତ ରଖିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରାଜେଶ ଅଗ୍ରୱାଲ, ମଳୟ ମଣ୍ଡଳ, ସାଧାରଣ ସମ୍ପାଦକ ରାଜେଶ ଗର୍ଗ, ପ୍ରବୀଣ ଗର୍ଗଙ୍କ ସମେତ ପୂର୍ବତନ ବଣିକ ସଂଘ ସଭାପତି ଜି.ଏସ. ଅଗ୍ରୱାଲ, ଗୋପାଳ ବାଗାଡ଼ିଆ, ସନ୍ତୋଷ ପାରିକ, ବ୍ରୀଜ ମୋହନ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, ବିନୋଦ ଶର୍ମା, ସୁବ୍ରତ ପଟ୍ଟନାୟକ, ମହେଶ ଜି. ଭଜିର, ସୁନିଲ କୟାଲ, ଲିଗାଲ ଆଡଭାଇଜର କେ.ଡ଼ି ଲାଠ, ରାଧେଶ୍ୟାମ ଅଗ୍ରୱାଲ, ମନୋଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରୁ ଆର.ପି. ଗୁପ୍ତା, ୱାଇ.କେ. ଡ଼ାଲମିଆ ପ୍ରମୁଖ ଉପସ୍ଥିତ ରହି ବଜେଟ ଉପରେ ନିଜର ମତ ଉପସ୍ଥାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top