ରାଉରକେଲା ପୁସ୍ତକ ମେଳା ଉଦ୍ ଘାଟିତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସ୍ମାଟୟ ସିଟିର ଭଂଜଭବନ ଠାରେ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ରାଉରକେଲା ପୁସ୍ତକ ମେଳା ୨୫ ବର୍ଷରେ ପଦାପର୍ଣ କରିଛି। ଏହି ଅବସରରେ ପାଠାଗାର ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଗତ ଗୁରୁବାର ସଂଧ୍ୟାରେ ପାଠାଗାର ପକ୍ଷରୁ ଆୟୋଜିତ ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି) ସିଇଓ ଅଶ୍ୱୀନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉରକେଲା ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେଯେ, ସୋସିଆଲ ମିଡ଼ିଆ କାୟା ବିସ୍ତାର କରିଥିଲେ ମଧ୍ୟ ପୁସ୍ତକର ଚାହିଦା ଆଜିବି ଅତୁଟ ରହିଛି। ପୁସ୍ତକ ଜନ ସମାଜର ବନ୍ଧୁ ବୋଲି ସେ ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଆରଏସପି ଇଡ଼ି (ପିଏଣ୍ଡଏ) ପ୍ରଭାତ ପ୍ରଧାନ ଯୋଗ ଦେଇ ଆଦର୍ଶ ପାଠାଗାରର ଭୁୟସୀ ପ୍ରଶଂସା କରିଥିଲେ। ପାଠାଗାର ସଭାପତି ଇଂ ଗୋପୀନାଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ମଂଚାଶୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାୟତ୍ରୀ ପରିବାର ପକ୍ଷରୁ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଚିନ୍ମୟ ଇଂରାଜୀ ସ୍କୁଲର ଛାତ୍ରୀମାନେ ସ୍ୱାଗତ ଭାଷଣ ପରିବେଷଣ କରିଥିଲେ। ସାଂସୃତିକ କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପ୍ରାପ୍ତ ନୃତ୍ୟାଙ୍ଗନା ରିତିକା ରାୟ ଜଗନ୍ନାଥ ବନ୍ଦନା ପ୍ରସ୍ତୁତ କରିଥିଲେ। ସାଇଭେଲି ଇଣ୍ଟର ନ୍ୟାସନାଲ ସ୍କୁଲ ଓ ଆଦର୍ଶ ପାଠାଗାର ମିଳିତ ଆନୁକୂଲ୍ୟରେ ସିଇଓ ଶ୍ରୀ କୁମାର ବେଲୁନ ଉଡାଇଥିଲେ। ଉପସଭାପତି ମୀନୀକ୍ଷୀ ଧର ମଂଚ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଇଂ ଅଭୟ ଦାସ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଶତପଥି, ଉପସଭାପତି କୁମାର ବେହେରା, ଜୀବନ ବଲ୍ଲଭ ପଟ୍ଟନାୟକ, ସନ୍ତୋଷ ରଥ, ଜ୍ୟୋତିର୍ମ୍ର ଆଚାର୍ଯ୍ୟ, ସରୋଜ ପାତ୍ର ତଥା ବନ୍ଦନା ପଟ୍ଟନାୟକ, କଳ୍ପନା ଶତପଥି, ବବିତା ମହାପାତ୍ର, ଡ. ଜୟନ୍ତୀ ପାଢୀ, ମିନତୀ କର, ସ୍ମିତା ମିଶ୍ର, ସୁପ୍ରିୟା ଖୁଣ୍ଟିଆ, ଅର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆରଏସପି ସିିଇଓ ଅଶ୍ୱୀନୀ କୁମାର ସମସ୍ତ ପୁସ୍ତକ ଷ୍ଟଲ ପରିଦର୍ଶନ କରିଥିଲେ। କବି ରାଜୀବ ପାଣି, ସମାଜସେବୀ ନାରାୟଣ ପତି ସମତେ ବହୁ ସଂଖ୍ୟାରେ ବୁଦ୍ଧିଜିବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଚଳିତ ମାସ ୧୧ ତାରିଖ ଯାଏ ରାଉରକେଲା ପୁସ୍ତକ ମେଳା ଚାଲୁ ରହିବ ବୋଲି ସୂଚନା ମିଳିିଛି। ଚଳିତ ବର୍ଷ ପ୍ରାୟ ୧୩୦ଟି ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂସ୍ଥା କଟକ, ଭୁବନେଶ୍ୱର, ସମ୍ବଲପୁର, କୋଲକାତା, ଦିଲ୍ଲୀ, ଭୋପାଳ, ଉତ୍ତର ପ୍ରଦେଶ ତଥା ଅନ୍ୟାନ ସ୍ଥାନରୁ ଆସି ପୁସ୍ତକ ମେଳାରେ ନିଜ ନିଜର ଷ୍ଟଲ ଖୋଲିଛନ୍ତି। ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ରାତ୍ରୀ ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ସେହିଭଳି ଉଦଯାପନୀ ଦିବସରେ ରଘୁନାଥପାଲ୍ଲୀ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଉକ୍ତଦିନ ଅଦୈତ ପ୍ରସାଦ ବିଶ୍ୱାଳଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ। ଏହି ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆଦର୍ଶ ପାଠାଗାର ପକ୍ଷରୁ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ସଭାପତି ଗୋପିନାଥ ପଟ୍ଟନାୟକ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *