ଜିଲ୍ଲା ପରିକ୍ରମା

ରାଉରକେଲା ଜିଲା କଂଗ୍ରେସ ଏସସି ସେଲ ପକ୍ଷରୁ ରାଜୀବଗାନ୍ଧିଙ୍କ ଜନ୍ମଜୟନ୍ତୀ

ରାଉରକେଲା ୨୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର) : ଇସ୍ପାତ ସହର ରାଉରକେଲାରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ୭୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ରାଉରକେଲା ଜିଲା କଂଗ୍ରେସ, ରାଉରକେଲା ଜିଲା କଂଗ୍ରେସର ଏସସି ସେଲ ପକ୍ଷରୁ ରାଜୀବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସେକ୍ଟର-୩ ସ୍ଥିତ ବଲାଙ୍ଗୀର ବସ୍ତି ଓ ସେକ୍ଟର -୬ ସ୍ଥିତ ପାହାଡ଼ପୁର ବସ୍ତି ନିକଟ ସ୍କୁଲ ଠାରେ ରାଉରକେଲା କଂଗ୍ରେସ ଏସସି ସେଲ ପକ୍ଷରୁ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଜିଲା କଂଗ୍ରେସ ଏସସି ସେଲ ଅଧ୍ୟକ୍ଷ ସନ୍ତୋଷ ତନ୍ତୀ ଯୋଗଦେଇ ରାଜୀବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ ଦେଶ ତଥା ଜାତି ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ବସ୍ତିବାସିନ୍ଦାଙ୍କୁ ଆହ୍ୱାନ ଦେଇଥିଲେ। ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅରୁଣ ଜୟପୁରିଆ, ସାଧାରଣ ସମ୍ପାଦକ ନିହାର ଦାସ, ପ୍ରଫୁଲ୍ଲ କଂସାରୀଙ୍କ ସମେତ ରାଜୁ ମହାନନ୍ଦିଆ, ରବି କରିହାଲି, ମଧୂସୂଦନ ନାୟକ, ସେବକ ଷଣ୍ଢ, ବିଜୟ ବାଗ, ସୁନୀଲ ବିଭାର, ବିକାଶ ସୋନା, ସୁରିୟା ତାଣ୍ଡି, ସୁଜିତ ସୋନା, ଗୀତା ସିଂ, ତୁଳସୀ ନାଗ, ମଂଜୁ ନାଗ, ଶିବାନୀ ଟୁଡୁ, ସରସ୍ୱତର ହେମ୍ବ୍ରମ, ବଲବିର ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ପାହାଡ଼ପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଚକଲେଟ ଓ ବିସ୍କୁଟ ବଂଟନ କରାଯାଇଥିଲା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top