ରାଉରକେଲା ଗଣକବି ବୈଷ୍ଣବପାଣି ସାଂସ୍କୃତିକ ସଂସଦର ଶ୍ରଦ୍ଧାଜଂଳି

ରାଉରକେଲା ୨୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ରାଉରକେଲା ଶାଖା ପକ୍ଷରୁ ସ୍ୱର୍ଗତଃା ସରସ୍ୱତୀ ଜେନାଙ୍କ ବିୟୋଗରେ ଏକ ସ୍ମୃତି ସଭା ସାରନଗରୀ ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସଂସଦର ସଭାପତି ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଜଂଳି ସଭାରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୁବ୍ରତ ତରାଇ ମୁଖ୍ୟ ଅତିଥି, ରଘୁନାଥପାଲୀ ପୂର୍ବତନ ବିଧାୟକ ରବି ଦେହୁରୀ, ଓଡ଼ିଶା ଯୁବ ଲେଖକ ସମ୍ମିଳନୀର ସଭାପତି ଶଙ୍କର୍ଷଣ ପରିଡ଼ା, ପ୍ରାଧ୍ୟାପିକା ଡ. ରୁକ୍ମଣୀ ସାହୁ, ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡା. ବିଷ୍ଣୁପ୍ରିୟା ସାହୁ, ଗାୟତ୍ରୀ ଉପାସକ ଡା. ରାହାସ ବିହାରୀ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃା ସରସ୍ୱତୀ ଦେବୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ। ସ୍ୱର୍ଗତଃା ସରସ୍ୱତୀ ଜେନା ଜଣେ ପରୋକକାରୀ, ବନ୍ଧୁବତ୍ସଳ, ଓ ଧର୍ମପରାୟଣା ମହିଳା ଭାବେ ମାହାଙ୍ଗା ଅଂଚଳରେ ସୁଖ୍ୟାତି ଲାଭ କରିଥିଲେ। ପ୍ରତ୍ୟେକଟି ଭଲ ମଣିଷ ନିର୍ମାଣ ମୂଳରେ ଗୋଟିଏ ମା’ର ଗୁରୁତ୍ୱପୁର୍ଣ୍ଣ ଭୂମିକା ନିହିତ ଥାଏ। ସ୍ୱାମୀ ବିବେକାନନ୍ଦ, ଗାନ୍ଧି, ଗୋପବନ୍ଧୁ, ସୁବାଷ ବୋଷ ଆଦି ମହାମନିଷୀଙ୍କ ପୃଷଭୂମିରେ ମା’ ମାନଙ୍କର ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ସେହିଭଳି ମାହାଙ୍ଗାର ସାମାଜିକ ଓ ସାମଗ୍ରିକ ବିକାଶର ଅଙ୍ଗୀକାରବଦ୍ଧ, ତରୁଣ ତୁର୍କ ସଙ୍ଗଠକ ଯୁବ ଛାତ୍ରନେତା, ଓଡ଼ିଶା ମନ୍ତ୍ରୀ ସଭାର ଅନ୍ୟତମ ବରିଷ୍ଠ ତରୁଣ ମନ୍ତ୍ରୀ ପ୍ରତାପ ଜେନାଙ୍କର ସଂକଳ୍ପ ଓ ସାଧନାର ପୃଷ୍ଠଭୂମି ସରସ୍ୱତୀ ଜେନାଙ୍କର ଆଦର୍ଶ ଓ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ଶୋକସଭାରେ ଯୋଗଦାନ କରିଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରଦାନ କରିଥିଲେ। ପୂଜ୍ୟପୂଜାର ମହାର୍ଘ ପରମ୍ପରାର ମାହାଙ୍ଗାର ଅନ୍ୟତମ ପ୍ରମୁଖ ପ୍ରବାସୀ ଅନୁଷ୍ଠାନ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ରାଉରକେଲା ତରଫରୁ ସ୍ୱର୍ଗତଃ ସରସ୍ୱତୀ ଦେବୀଙ୍କ ବିୟୋଗରେ ଶ୍ରଦ୍ଧାଜଂଳି ସଭା ଆୟୋଜନ କରାଯାଇଥିବାରୁ ଶୋକସଭାରେ ସମବେତ ସୁଧିଜନେ ଓ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ସମ୍ପୃକ୍ତ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ଅଧ୍ୟାପକ ମନୋଜ ସାମଲ, ଅନ୍ୟତମ ସମ୍ପାଦକ ଦୁର୍ୟେ୍ୟାଧନ ପାଲ, କୋଷାଧ୍ୟକ୍ଷ ଉମାକାନ୍ତ ସାମଲ, କୃଷ୍ଣଚନ୍ଦ୍ର ସାହୁ, କବି ହରିହର ବେହେରା, ଧନେଶ୍ୱର ସାହୁ, ସଚଳା ପଣ୍ଡା, ଗୌରାଙ୍ଗ ଦାଶ, ଚିତରଂଜନ ନନ୍ଦ, ରବୀନ୍ଦ୍ର ବେହୁରିଆ, ସାମ୍ବାଦିକ କୁଂଜ ବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁ, ନରହରି ଦାସ, ଅଜୟ କୁମାର ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ରାଉତରାୟ, ଅର୍ଜୁନ ଚରଣ ବାରିକ, ନରେନ୍ଦ୍ର କୁମାର ସାହୁ, ମାୟାଧର ପ୍ରଧାନ, ସଂଜୟ ଦାସ, ସୂର୍ଯ୍ୟକାନ୍ତ ସାମଲ, ଅକ୍ଷୟ କୁମାର ସାହୁ, ପ୍ରଫୁଲ୍ଲ ସାମଲ, ଅନିଲ କୁମାର ମଲ୍ଲିକ, ଶୁଭ୍ରକାନ୍ତ ରାଉତ, ଅଜୟ କୁମାର ପରିଡ଼ା, ବିଶ୍ୱରଂଜନ କର, ନିରାକାର ସୂତାର, କୃଷ୍ଣଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ବେହେରା, ରଣଜିତ କୁମାର ସାମନ୍ତରାୟ, ଶିଶିର କୁମାର ଦାସ, ଶାନ୍ତୁନୁ କୁମାର ମୁଦାଲି, ରମାକାନ୍ତ ବିଶ୍ୱାଳ, କମଳାକାନ୍ତ ପତି, ବସୁଦେବ ସାହୁ, ଅକ୍ରୁର ମଲ୍ଲିକ, ସୁବାଷ ଚନ୍ଦ୍ର ପାତ୍ର, ପ୍ରତାପ କୁମାର ନାୟକ, ଗଣେଶ୍ୱର ରଣା, ରାମ ଗୋବିନ୍ଦ ପଣ୍ଡିତ, ସଂଜୟ କୁମାର ବଳ ଶ୍ରଦ୍ଧାଜଂଳି ସଭାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *