ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷ ବର୍ତ୍ତମାନ ବିଜୁ ଜନତାଦଳ କାର୍ଯ୍ୟାଳୟରେ ପରିଣତ ହୋଇଛି – ଭା.ଜ.ପା

ରାଉରକେଲା ୩୦-୧୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷ ବର୍ତ୍ତମାନ ବିଜୁ ଜନତାଦଳ କାର୍ଯ୍ୟାଳୟରେ ପରିଣତ ହୋଇଛି। ବିଶେଷ କରି ପୂର୍ବତ୍ତନ ମନ୍ତ୍ରୀ ସାରଦା ନାୟକ ଏହି ଅନୁଷ୍ଠାନର ଚେୟାରମ୍ୟାନ ହେଲା ପରେ ଏହି ସଂସ୍ଥା ବିଜୁ ଜନତା ଦଳର ନେତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ବର୍ତ୍ତମାନ ଆର୍.ଡ଼ି.ଏ ଏକ ସ୍ଥାଣୁ ସଂସ୍ଥା ଏବଂ ରାଉରକେଲାବାସୀଙ୍କୁ ସେବା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେପି ରାଜ୍ୟ ସମ୍ପାଦକ ତଥା ଜୋନ୍ ମିଡ଼ିଆ କୋଅର୍ଡ଼ିନେଟର୍ ଧିରେନ୍ ସେନାପତି ପାନପୋଷ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବର୍ଷ ବର୍ଷ ଧରି ଶତାଧିକ ଘରର ନକ୍ସା ଅନୁମୋଦନ ପାଇଁ ଏବଂ ଘରର ମାଲିକାନା ସତ୍ତ୍ୱ ପରିବର୍ତ୍ତନ ପାଇଁ ପଡ଼ିରହିଛି ଫଳରେ ଅକାରଣରେ ଜନସାଧାରଣ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ପ୍ଳାନିଂ ମେମ୍ବର ମାସକୁ ମାତ୍ର ୨ଦିନ କାର୍ଯ୍ୟାଳୟକୁ ଆସିବା। ପ୍ରତି ତିନି ମାସରେ ଅଥରିଟି ମିଟିଙ୍ଗ ହେବାର ନିୟମ ଥିଲେ ମଧ୍ୟ ଗତ ୨୦୧୭ ମସିହାରେ କୋ÷ଣସି ମିଟିଙ୍ଗ ନହେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଭା.ଜ.ପା ପକ୍ଷରୁ ପ୍ରଶ୍ନ କରାଯାଇଛି।

ପୂର୍ବତ୍ତନ ମନ୍ତ୍ରୀ ସାରଦା ନାୟକ ଦାୟିତ୍ୱ ନେବା ପରେ କେବଳ ଦୋକାନ ଭଡ଼ା ଆଦାୟ କରି କର୍ମଚାରୀ ମାନଙ୍କୁ ଦରମା ଦେବା ବିନା କୋ÷ଣସି ପ୍ରୋଜେକ୍ଟ କାର୍ଯ୍ୟକାରୀ କରିନାହାନ୍ତି ବା କରିବାର ଯୋଜନା ମଧ୍ୟ ନାହିଁ। ବିଭିନ୍ନ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଅଧ୍ୟକ୍ଷ ମୋଟା ଦରମାରେ ପ୍ରାଇଭେଟ୍ ସେକ୍ରେଟାରୀ ରଖିବା ଯୋଜନା କରିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରାଯାଇଛି। ସେହିଭଳି ୨୦୧୬ – ୧୭ର ବଜେଟ୍ ନ ହୋଇ ଆର୍.ଡ଼ି.ଏରେ ବିନା ଟେଣ୍ଡରରେ କାର୍ଯ୍ୟ ବଣ୍ଟା ହେବା ସହିତ ବିନା ଅଥରିଟି ମିଟିଙ୍ଗରେ କିଭଳି ନିଷ୍ପତ୍ତି ନିଆଯାଉଛି ବୋଲି ଭା.ଜ.ପା ପ୍ରଶ୍ନ କରିଛି। ଶ୍ରୀ ନାୟକ ଦାୟିତ୍ୱ ନେବା ସମୟରେ ରାଉରକେଲାବାସୀଙ୍କୁ କୋଡ଼ିଏ ହଜାର ଘର ଯୋଗାଇ ଦେବେ ବୋଲି ଦେଇଥିବା ପ୍ରତିଶୃତି କୁଆଡ଼େ ଗଲା? ରାଉରକେଲା ସ୍ମାର୍ଟ ସିଟି ଗଠନରେ ଆର୍.ଡ଼ି.ଏର ଯୋଗଦାନ ଶୂନ। କଲେକ୍ଟର ତଥା ଉପାଧ୍ୟକ୍ଷ କଣ ପାଇଁ ଚୁପ୍ ଅଛନ୍ତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାରେ ବିଭିନ୍ନ ଉନ୍ନୟନ କର୍ତ୍ତୁପକ୍ଷରେ ସର୍ବକ୍ଷମା ଯୋଜନା ଲାଗୁ ହୋଇଥିବା ବେଳେ ରାଉରକେଲା ଉନ୍ନୟନ କର୍ତ୍ତୁପକ୍ଷ ସର୍ବକ୍ଷମା ଯୋଜନା ଲାଗୁ ନକରିବା ଏକ କ୍ଷୋଭର ବିଷୟ। ଗୃହ ନିର୍ମାଣ କରି ଯଦି ଗରିବ ଲୋକଙ୍କୁ ଉଚିତ୍ ମୂଲ୍ୟରେ ଯୋଗାଇଦିଆଯାନ୍ତା ତେବେ ଜବରଦଖଲ ହୁଅନ୍ତା ନାହିଁ ବୋଲି ଭା.ଜ.ପା ତରଫରୁ କୁହାଯାଇଛି। ସ୍ଳମ ଏରିଆକୁ ନିୟମିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ସରକାର। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ସେବା ଯୋଗାଇ ଦେବା ପାଇଁ ସୋସିୟାଲ୍ ମିଡ଼ିଆକୁ ମୁଖ୍ୟ ଆୟୁଧ କରିବା ପାଇଁ ଘୋଷଣା କରୁଥିବା ବେଳେ ଆର୍.ଡ଼ି.ଏ ୱେବସାଇଟ୍ରେ ଆଜି ମଧ୍ୟ ସାରଦା ନାୟକ ସହର ବିକାଶ ମନ୍ତ୍ରୀ ଏବଂ କେ.ସୂଦର୍ଶନ ଚକ୍ରବର୍ତ୍ତୀ ସେକ୍ରେଟାରୀ ଥିବା ଦର୍ଶାଯାଇଛି। ଏହା ଓଡ଼ିଶା ସରକାରଙ୍କର ୱେବସାଇଟ୍ରେ କୋ÷ଣସି ତଥ୍ୟ ନଥିବା ଆର୍.ଡ଼ି.ଏ ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିପାରିଛି ତାହା ଜନସାଧାରଣ ବିଚାର କରିବେ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ଧିରେନ୍ ସେନାପତି, ପୂର୍ବତ୍ତନ ବିଧାୟକ ଶଙ୍କର ଓରାମ, ଆର୍.ଡ଼ି.ଏ ସଦସ୍ୟା ଶ୍ରୀମତୀ ପ୍ରମିଳା ଦାସ, ପୂର୍ବତ୍ତନ ମ୍ୟୁନିସିପାଲିଟି ଚେୟାମ୍ୟାନ ରମେଶ ବଳ, ପୂର୍ବତନ ଉପ-ନଗରପାଳ, ରଘୁ ବଳ, ଜିଲ୍ଲା ଉପସଭାପତି ତପନ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ କଳ୍ପନା ଲେଙ୍କା, ମଣ୍ଡଳ ସଭାପତି, ଅକ୍ଷୟ ପରିଡ଼ା, ଭବାନୀ କବି, ଅଶେଷ ମହାନ୍ତି, ଅଜୟ କଂସାରୀ, ଗଙ୍ଗାଧର ଦାସ, ଦେବେନ୍ଦ୍ର ବିର୍ଗଣ୍ଠିଆ, ସୁଶାନ୍ତ ମହାପାତ୍ର, ବାବୁଲୀ ମୁର୍ମୁ, ସରୋଜ ଦାସ, ପ୍ରୀତମ ସିଂହ, ମନୋଜ ସ୍ୱାଇଁ ପ୍ରଭୃତ୍ତି ପ୍ରେସ୍ ମିଟ୍ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *