ad
ଜିଲ୍ଲା ପରିକ୍ରମା

ରାଉରକେଲାରେ ବିଶ୍ୱକପ ହକି ମ୍ୟାଚ ଆୟୋଜନ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ସହ ବିଧାୟକଙ୍କ ଆଲୋଚନା

ରାଉରକେଲା ୯ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜାତୀୟ କ୍ରୀଡ଼ା ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ସ୍ମାର୍ଟସିଟି ସହର ରାଉରକେଲାରେ ବିଶ୍ୱକପ ହକି ଖେଳର ଆୟୋଜନ କରାଯିବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ରାଜ୍ୟ କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସାରଥୀ ବେହେରାଙ୍କୁ ଅନୁରୋଧ ଜଣାଇଛନ୍ତି। ଗତ ଶନିବାର ଦିନ ଭୁବନେଶ୍ୱର ଠାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସଚିବାଳୟ ସ୍ଥିତ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ତରାଇ ସାକ୍ଷାତ କରି ଏ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ତରାଇ କହିଛନ୍ତି ଯେ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାର କ୍ରୀଡ଼ାବିତ ଅଂଶ ଗ୍ରହଣ କରି ବେଶ ସୁନାମ ଅର୍ଜନ କରିବା ସହିତ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ହକି ମ୍ୟାଚ ପାଇଁ ଆବଶ୍ୟକ ଭିତ୍ତି ଭୂମି ସହିତ ସମସ୍ତ ସୁବିଧା ସୁଯୋଗ ରହିଥିଲେ ମଧ୍ୟ ଭୁବନେଶ୍ୱର ଠାରେ ବିଶ୍ୱକପ ଭଳି ହକି ମ୍ୟାଚ ପାଇଁ ପରିକଳ୍ପନା ଅତ୍ୟନ୍ତ ପରିତାପର ବିଷୟ। ହକି ଖେଳ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ଅତ୍ୟାଧୁନିକ ଆଟୋର୍ଟଫ ପଡ଼ିଆ ରହିଛି। ସେହିଭଳି ରାଉରକେଲାରେ ରାଜ୍ୟର ସର୍ବବୃହତ ହକି ଷ୍ଟାଡ଼ିୟମ ରହିଛି। ଏହି ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ଫ୍ଲଡ ଲାଇଟ ସହ ସ୍ଥିନ୍ଥେଟିକ ଟର୍ଫର ବ୍ୟବସ୍ଥା ରହିଥିବା ବେଳେ, ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ଏହି ଜିଲ୍ଲାରେ ହକି ଖେଳ ପ୍ରତି ସମସ୍ତଙ୍କର ଆଗ୍ରହ ରହିଛି। ହକି ଖେଳ ପାଇଁ ଏହି ଜିଲ୍ଲାର ପରିବେଶ ମଧ୍ୟ ବେଶ ଅନୁକୁଳ। ଅତୀତରେ ରାଉରକେଲାରେ ଭାରତୀୟ ହକି ମହାସଂଘ ପକ୍ଷରୁ ହକି ଖେଳାଳୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିରର ମଧ୍ୟ ଆୟୋଜନ ହୋଇଛି। ଏହି ସୁନ୍ଦରଗଡ଼ ଜିଲ୍ଲାର ୨ ଜଣ ହକି ତାରକା ଦିଲୀପ ତିର୍କୀ ଓ ଇଗ୍ନେଶ ତିର୍କୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, ଏକାଧିକ ଅଲମ୍ପିୟାନ ଏହି ହକି ଖେଳ ସହ ଜଡ଼ିତ ଥିଲେ। ତେଣୁ ଏହି ଜିଲ୍ଲାରେ ବିଶ୍ୱ ହକି ମହାସଂଘ ପକ୍ଷରୁ ହକି ଖେଳାଳୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିରର ମଧ୍ୟ ଆୟୋଜନ ହୋଇଛି। ଏହି ସମ୍ପର୍କରେ ବିଜୁ ଜନତା ଦଳର ନଗର ସଭାପତି ସୁଧିର ସୁନ୍ଦର ରାୟ, ରାଉରକେଲା ସ୍ପୋଟର୍ସ ଆସୋସିଏସନର ସଭାପତି ମିହିର ରାୟ, ବରଦା ପ୍ରସନ୍ନ ଦାସ, ପ୍ରଦୀପ ମହାନ୍ତି ପ୍ରମୁଖ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅନୁରୋଧ ଜଣାଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top