ଜିଲ୍ଲା ପରିକ୍ରମା

ରାଉରକେଲାରେ ଗୋପବନ୍ଧୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳି

ରାଉରକେଲା ୧୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଦକ୍ଷିଣ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତି ପରିସରରେ ମହାନ ଦେଶ ସେବକ, ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧଦିବସ ଅନୁଷ୍ଠାନର ସଂପାଦକ ତଥା ସମାଜସେବୀ ଅରୁଣ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କରାଯାଇଥିଲା ଓଡ଼ିଶା ପ୍ରଶାସନିକସେବା ପ୍ରାକ୍ତନ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଉଦ୍ଘାଟକ, ପାନପୋଷ ଉପଖଣ୍ଡର ନବନିଯୁକ୍ତ ଉପ-ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ପ୍ରାଣ ପ୍ରତିଷ୍ଠାତା ଭୂପେନ ମହାପାତ୍ର, ଉତ୍କଳ ସମ୍ମୀଳନୀର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଚିତ୍ରାନନ୍ଦ ସାହୁ, ଶିକ୍ଷାବିତ୍ ପ୍ରଫେସର ଜେ.କେ. ରାଓ, ଗାୟତ୍ରୀ ଉପାସକ ଡା. ରାହାସ ବିହାରୀ ମହାପାତ୍ର, ବାଲିଯୋଡି ଗ୍ରାମ୍ୟକମିଟିର ସଭାପତି ଡା. ଫକୀର ଚରଣ ହୋତା, ସେକ୍ଟର-୨୨ ହସ୍ପିଟାଲର ଇନଚାର୍ଜ ଡା. ଇନ୍ଦ୍ରାଣୀ ସାହୁ, ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡା. ବିଷ୍ଣୁପ୍ରିୟା ସାହୁ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ କର୍ମମୟ ଜୀବନ, ସମାଜ ସେବା, ସ୍ୱାଧିନତା ସଂଗ୍ରାମ ଓ ରାଜନୈତିକ ଚିନ୍ତାଧାରା ସର୍ବପରି ନବଓଡିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନାକରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେଯେ, ଗୋପବନ୍ଧୁଙ୍କୁ ଉତ୍କଳମଣି ଭାବେ ବାଖ୍ୟା କରି ତାଙ୍କୁ ସଙ୍କୁଚିତ କରାଯାଇଛି, ତାଙ୍କୁ ବିଶ୍ୱମଣି ଉପାଧି ଦେବା ପାଇଁ ସେମାନେ ଦାବି କରିଥିଲେ। ଉଦ୍ଘାଟକ ଶ୍ରୀ ପଟ୍ଟନାୟକ କହିଲେ ଗୋପବନ୍ଧୁ ତାଙ୍କ ଜୀବନଦଶା ସମୟରେ ଓଡିଶାର ବିକାଶ ପାଇଁ ସବୁବେଳେ ଚେଷ୍ଟିତ ଥିଲେ। ସେ ଥିଲେ ସତ୍ୟବାଦୀର ସନ୍ଥ ଓ ଜଣେ ସମାଜ ସଂସ୍କାରକ। ଗରିବ ଅବହେଳିତ ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଜାତୀୟ ବିପତି ପ୍ରପିଡିତ ବ୍ୟକ୍ତିଙ୍କ ହିତପାଇଁ ସେ ଯେଉଁ ସେବା କରିଯାଇଛନ୍ତି ତାହା ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜିର ଯୁବ ଓ ଛାତ୍ର ସମାଜ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେଯେ, ଗୋପବନ୍ଧୁଙ୍କର ନିଃସ୍ୱାର୍ଥପର ସେବା, ବ୍ରିଟିଶ ବିରୋଧୀ ଆନ୍ଦୋଳନ ମହାତ୍ମାଗନ୍ଧିଙ୍କୁ ପ୍ରଭାବିତ କିରଥିଲା। ଗୋପବନ୍ଧୁ ନିଜର ଜୀବନ ଶୈଳିରେ ଥିଲେ ଜଣେ ସଂନ୍ଥ, ସମାଜ ସଂସ୍କାରକ, ବକୁଳ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାର ଉନ୍ନତ ମାନଦଣ୍ଡ ବଦଳାଇ ଥିଲେ। ସେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ଜନହିତକର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ପ୍ରଶାସନିକ ସେବା ଅଧିକାରୀ ହିସାବରେ ସମସ୍ତ ସଠନମୂଳକ କାର୍ଯ୍ୟକ୍ରମରେ ଟ୍ରଷ୍ଟକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟ ଆଇ.ଟି.ଆଇର ନିର୍ଦେଶକ ତ୍ରୀନାଥଦାସ ମୋହିନୀ, ଗାୟତ୍ରୀ ପରିବାରର ବିଚିତ୍ରାନନ୍ଦ ଦାସ, ଏନ.ସି.ସି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ, ସନାତନ ସାହୁ, ଅସିତ୍ ଦୁବେ, ଲକ୍ଷ୍ମୀ ହାଂସଦା, ଝାନ ମୁର୍ମୁ, ଶ୍ରମିକ ନେତା ନରହରି ଦାସ, ଗୁରୁ ଧନେଶ୍ୱର ସାହୁ, ଅନ୍ତର୍ଯ୍ୟାମି ବେଉରିଆ, ପ୍ରଫୁଲ୍ଲ ସାହୁ, ବାସୁଦେବ ସାମଲ, ପ୍ରତାପ କୁମାର ନାୟକ, ସୁନିଲ ଶେଖର ମାଝୀ, ବାସୁଦେବ ସାହୁ, ନରେନ୍ଦ୍ର କୁମାର ନାୟକ, ବାସୁଦେବ ଜେନା, ଭାରତୀ ବାସ୍କେ, ଗୁରୁବାରୀ ମୁଣ୍ଡା, ରୁଦ୍ରପ୍ରତାପ ନରେନ୍ଦ୍ର ନାରାୟଣ ସିଂ, ହେମଲତା କାଲୋ, ଭାଗିରଥି ହେମ୍ବ୍ରମ, ରଶ୍ମି ନାଗ, କବି ଗୌରାଙ୍ଗ ଦାସ, ଆଶାଲତା ଚାନ୍ଦ, ଚାନ୍ଦମଣୀ ମାଝୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସହ-ସମ୍ପାଦିକା ସଚଳା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷାବିତ କେଶବ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ସ୍ୱାସ୍ଥ୍ୟଗତ କାରଣରୁ ଏଥିରେ ଯୋଗ ଦେଇ ପାରିନଥିଲେ। ସେ ଏହି କାର୍ଯ୍ୟକ୍ରମର ଶୁଭକାମନା କରି ଏକ ବାର୍ତ୍ତା ପଠାଇଥିଲେ, ତାହା ସଭାରେ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଅନ୍ୱେଷଣ, ରାଉରକେଲା ପୂଜ୍ୟପୂଜା ପରିଷଦ, ଗଣକବି ବୈଷ୍ଣବ ପାଣି ସଂସ୍କୃତିକ ସଂସଦ, କଳିକା ଡ୍ୟାନ୍ସ ମ୍ୟୁଜିକ ଏକାଡେମୀ, ଚିନ୍ମୟ ମିଶନ, ଗୁରୁ ଗୋମକେ ସଂସ୍କତିକ ସଂଘ, ଓ ଗୁରୁ ଗୋମକେ ସାନ୍ତାଳୀ ବିଦ୍ୟାଳୟ, ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ, ରାଉରକେଲା ମହାନଗର ନିଗମ ବିକାଶ ପରିଷଦ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସମୁହ ଗୋପବନ୍ଧୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ। ସେହିପରି ସାରନଗରୀ ସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦରେ ଅନୂଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟାଳୟ ନିକଟ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାର ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଗୋପବନ୍ଧୁଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top