ରାଉରକେଲାରେ ଓର୍ମାସର ‘ସରସ’ ପ୍ରଦର୍ଶନୀ

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ପୂର୍ବରୁ ଓରମାସ, ଓଡ଼ିାା ଜିବୀକା ମିଶନ ଓ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ସହଯୋଗରେ ରାଉରକେଲାର ସ୍ଥାନୀୟ ଭଂଜଭବନ ପଡିଆରେ ୧୨ ବର୍ଷ ଧରି ଅନୁଷ୍ଠିତ ହେଉଥିଲା ପଲ୍ଲିଶ୍ରୀ ମେଳା । ଚଳିତ ବର୍ଷ ଏହାର କଳେବରକୁ ବୃଦ୍ଧି କରାଯିବା ସହିତ ଏହାକୁ ସରସ ମେଳା ୨୦୧୭ ନାମରେ ନାମିତ କରାଯାଇଛି । ଏହାକୁ ଜାତୀୟସ୍ତରର ମେଳା ଭାବେ ପ୍ରଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ମାସ ୧୫ ତାରିଖରୁ ଏହି ମେଳାର ଶୁଭାରମ୍ଭ କରାଯାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଉରକେଳା ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିଦେ୍ର୍ଦଶକ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ସେ କହିଲେଯେ, ଏହି ମେଳାରେ ମୋଟ ୨୫୦ଟି ଷ୍ଟଲ ସ୍ଥାନ ପାଇବ । ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ୧୦୦ ଓ ଦେଶର ୧୯ଟି ରାଜ୍ୟର ଅବଶିଷ୍ଟ ଷ୍ଟଲ ଏଠାରେ ସ୍ଥାନ ପାଇବ । ଏହି ମେଳାରେ ବିଶେଷ କରି ଗ୍ରାମୀଣ ଉତ୍ପାଦ ଉପଲବ୍ଧ ହେବ । ଏହା ସହିତ ଏଠାରେ ୪ଟି ପ୍ରଦର୍ଶନୀ ଷ୍ଟଲ ପ୍ରତିଷ୍ଠା କରାଯାଇଛି । ଯେଉଁ ଷ୍ଟଲ ଗୁଡିକରେ ସବାଇ, ଗୋଲଡେନ ଗ୍ରାସ, ଟାଇ ଆଣ୍ଡ ଡାଏ, ଓ ବିୟୁଟି ଜିକେୱାଇ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ ଓ ହସ୍ତକଳା ସାମଗ୍ରୀ ପ୍ରଦର୍ଶୀତ ହେବ । ଏହି ମେଳାରେ ପଣ୍ଡିଚେରୀର ପେପର ମାଚେ, ଉତରପ୍ରଦେଶର ରଟ ଆରନ, ଛତିଶଗଡର ଟସର, ଆସାମ ଓ ତ୍ରୀପୁରାର ବାଉଁଶ ସାମଗ୍ରୀ, ମଣିପୁର, ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଜାମୁ କାଶ୍ମୀରର ଶୀତବସ୍ତ୍ର, ପଶ୍ଚିମବଙ୍ଗର ଝୋଟ ନିର୍ମିତ ସାମଗ୍ରୀ ବାରଣାସୀର ସିଲକ ପ୍ରସ୍ତୁତ ସାମଗ୍ରୀ, ରାଜସ୍ଥାନର ଲେଦର ଜୋତା ପ୍ରଭୁ୍ତି ପ୍ରଦର୍ଶନ ଓ ବିକ୍ରୟ ହେବ । ସେହିପରି ଓଡିଶାର ଟେରାକୋଟା, ଆଦିବାସୀ ଅଳଙ୍କାର, ଢୋକରା କାଷ୍ଟିଂ, କେନ୍ଦୁଝର ବଢି, ଜଗତସିଂପୁର ଓ ଗଂଜାମର ଶୁଖୁଆ କଟକର ତାରକସି କାମ ଥିବା ସାମଗ୍ରୀ ମେଳାରେ ସ୍ଥାନ ପାଇବ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ । ଗତବର୍ଷ ଏହି ମେଳାରେ ୧ କୋଟି ୬୦ଲକ୍ଷ ଟଙ୍କାର କାରବାର ହୋଇଥିଲା । ଏଥର ତା ଠାରୁ ଅଧିକ ବେପାର ହେବାର ଲକ୍ଷ୍ୟ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଓ ଓରମାସର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *