ad
ଓଡ଼ିଶା

ରାଇରଙ୍ଗପୁର କୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ବନ୍ଦ

ବାରିପଦା ୩-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସବଡିଭିଜନକୁ ୧୨ ଘଣ୍ଟିଆ ଆଜି ବନ୍ଦ କରାଯାଇଛି। ଏହି ବନ୍ଦ ଡାକରା ଦେଇଛି ରାଇରଙ୍ଗପୁରର କ୍ରିୟାନୁଷ୍ଠାନ। ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ। ଦୋକାନ ବଜାର, ଗାଡିମୋଟର ସହିତ ସରକାରୀ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଦିଆ ଯାଇଛି। ବିଶୋଇ, ବିଜାତଳା, କୁସୁମୀ, ରାଇରଙ୍ଗପୁର, ବହଳଦା, ତିରିଂ, ଜାମଦା, ଏହି ସାତଟି ବ୍ଲକ କୁ ନେଇ ବମାନଘାଟି ଉପଖଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ ଥିବାର ପରିଲକ୍ଷିତ ହୋଇଛି। ଗତ କିଛିଦିନ ତଳେ ରାଜ୍ୟ ଦାବିରେ ମୟୁରଭଞ୍ଜ ବାସୀ ଦାବି ରଖିଥିବା ବେଳେ, ମୟୁରଭଞ୍ଜର ଜିଲ୍ଲାପାଳ ପ୍ରେସ ମିଟ କରି କହିଥିଲେ ମୟୂରଭଞ୍ଜ ଜିଲ୍ଲାକୁ କେବେବି ଭାଗ କରାଯିବନାହିଁ, କି କୌଣସି ଏଭଳିଆ ପ୍ରସ୍ତାବ ଓଡିଶା ସରକାରଙ୍କ ପାଖରେ ନାହିଁ କି ଏଭଳି ଅନ୍ୟାୟ ପଦକ୍ଷେପ ନିଆଯିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ। ତେବେ କିଛି ରାଜନୈତିକ ଦଳ ଏହାକୁ ଇଶୁ କରି ରାଇରଙ୍ଗପୁର କ୍ରିୟାନୁଷ୍ଠାନକୁ ସହଯୋଗ କରି ଏହି ବନ୍ଦ ଡାକରା କରିବା ସହ ବନ୍ଦ ରଖିଛନ୍ତି ବମାନଘାଟି ଉପଖଣ୍ଡ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top