ନବରଙ୍ଗପୁର ୨୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ରାଇଘର ବ୍ଲକ ଅର୍ନ୍ତଗତ ଜଡିଙ୍ଗା ଅଞ୍ଚଳରୁ ମାଓ ପୋଷ୍ଟର ଉଦ୍ଧାର କରାଯାଇଛି। ରବିବାର ଦିନ ସକାଳେ ଉକ୍ତ ଗ୍ରାମର ଆଶ୍ରମ ସ୍କୁଲ ରାସ୍ତା ପାଶ୍ୱର୍ରେ ଏହି ପୋଷ୍ଟର ଲାଗିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ଖବର ପାଇ ରାଇଘର ଆଇ ଆଇ ସି ରଶ୍ନୀ ରଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ଗୋଟିଏ ପୋଷ୍ଟର ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ପୋଷ୍ଟରଟି ମେନପୁର ନୂଆପଡା ଡିଭିଜନ କମିଟି ପକ୍ଷରୁ ଲଗାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପୋଷ୍ଟରଟିରେ ମୁଖ୍ୟତଃ କେନ୍ଦ୍ରରେ ଭାଜପା ମୋଦି ନେତୃତ୍ୱରେ ୫ବର୍ଷରେ ପ୍ରବେଶ କରିଛି, ନିର୍ବାଚନ ପ୍ରତିଶ୍ରୁତି ଅଳିଆଗଦାରେ ପକାଯାଇ ଫାସିବାଦି ତାରିକାରେ ସରକାର ଚଳାଯାଉଛି ବୋଲି ହିନ୍ଦି ଭାଷାରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ୨୧ ସେପଟେମ୍ବରମାସକୁ ପାର୍ଟି ସ୍ଥାପନା ଦିବସ ବୋଲି ଉଲ୍ଲେଖ କରାଯିବା ସହ ୨୧ରୁ ୨୭ ପର୍ଯ୍ୟନ୍ତ ଗ୍ରାମରେ ଓ ସହରରେ ଉତ୍ସାହ ପୂର୍ବକ ଏହି ସପ୍ତାହ ପାଳନ କରିବାକୁ ଜନତାଙ୍କୁ ଆହ୍ୱାନ କରାଯାଇଛି। ଦୀର୍ଘ ବର୍ଷପରେ ରାଇଘର ଅଞ୍ଚଳରେ ପୂର୍ନବାର ଏଭଳି ମାଓ ପୋଷ୍ଟର ଦେଖାଯାଇଥିବାରୁ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲିଟିଛି।
