ଓଡ଼ିଶା

ରାଂଚିଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ଏବଂ ସିକ୍କିମରେ ପାକ୍ୟଙ୍ଗ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩, ୨୦୧୮ରେ ଝାଡ଼ଖଣ୍ଡର ରାଂଚି ଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ)ର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ୧୦ କୋଟିରୁ ଊର୍ଦ୍ଧ୍ୱ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ପିଏମଜେଏୱାଇର ଏକ ପ୍ରଦର୍ଶନୀ ପରିଦର୍ଶନ କରିବେ। ହିତାଧିକାରୀ ଚିହ୍ନଟ ଏବଂ ଇ-କାର୍ଡ ପ୍ରସ୍ତୁତି ଭଳି କାର୍ଯ୍ୟକଳାପର ପ୍ରଦର୍ଶନକୁ ସେ ଅନୁଧ୍ୟାନ କରିବେ।

ଏହି କାର୍ଯ୍ୟକ୍ରମରେ ଚାଇବାସା ଏବଂ କୁଦେର୍ମାରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିବେ। ସେ ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିବେ। ଗାଙ୍ଗଟକ, ସିକ୍କିମ ଗସ୍ତ ପୂର୍ବରୁ ସେ ଏକ ଜନସଭାକୁ ସମ୍ବୋଧିତ କରିବେ।

ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ପାକ୍ୟଙ୍ଗ ବିମାନ ବନ୍ଦରର ଉଦଘାଟନ କରିବେ, ଯାହା ସିକ୍କିମ ରାଜ୍ୟକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ଦେବ। ଏହି ବିମାନବନ୍ଦର ହିମାଳୟ ପାଦଦେଶରେ ଥିବା ରାଜ୍ୟରେ ଉତମ ଯୋଗାଯୋଗ ପ୍ରତିଷ୍ଠା କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ପାକ୍ୟଙ୍ଗ ବିମାନବନ୍ଦରରେ ପହଁଚିବା ପରେ ବିମାନବନ୍ଦର ଏବଂ ଟର୍ମିନାଲ କୋଠା ବିଷୟରେ ଅବଗତ ହେବେ। ପାକ୍ୟଙ୍ଗ ବିମାନବନ୍ଦରର ଉଦଘାଟନ ପାଇଁ ସେ ଫଳକ ଉନ୍ମୋଚନ କରିବେ। ଏହାପରେ ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top