ଓଡ଼ିଶା

ରହିବ ବଂଶାନୁକ୍ରମିକ ସେବା :କମିବେ ସେବକ

ପୁରୀ ୨୫.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସୁପ୍ରିମ୍ କୋର୍ଟଙ୍କ ୧୨ ଟି ଅନ୍ତରୀଣ ଆଦେଶ ମଧ୍ୟରୁ ବଂଶାନୁକ୍ରମିକ ସେବା ଉଛେଦକୁ ନେଇ କେଁ ଦେଖା ଦେଇଛି।ସେବାୟତମାନେ ଆରମ୍ଭରୁ ଏହି ଆଦେଶକୁ ବିରୋଧ କରିଆସିଛନ୍ତି। ଯେହେତୁ ସେବାୟତ ମାନେ ଶ୍ରୀମନ୍ଦିର ସେବାରେ ନିଜପରିବାର ଚଳାଉଛନ୍ତି ଏଥିରେ ପ୍ରତିବନ୍ଦକ ନ ଲଗାଇବା ପାଇଁ ଦାବି କରି ଆସୁଛନ୍ତି। ବଂଶାନୁକ୍ରମିକ ସେବା ଉଛେଦ ହେଲେ କେବଳ ସେବାୟତ ମାନେ ପ୍ରଭାବିତ ହେବେନି, ଶ୍ରୀମନ୍ଦିର ସେବା ମଧ୍ୟ ପ୍ରଭାବିତ ହେବ।ହଜାର ହଂଜାର ବର୍ଷ ର ପରମ୍ପରାରେ ବାଧା ଉପୁଜିବ। ତେବେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆମିକ୍ସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଙ୍କ ମତ ସେବାୟତଙ୍କୁ ଆଶ୍ୱସ୍ତି କରିଛି। ବଂଶାନୁକ୍ରମିକ ସେବା ସପକ୍ଷରେ ଶ୍ରୀ ସୁବ୍ରମଣ୍ୟମ୍ ସହମତି ପ୍ରକାଶ କରିଥିବାରୁ ଏଥିରେ ସେବାୟତମାନେ ଖୁସି ପ୍ରକଟ କରିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ୧୨ ଟି ଆଦେଶରୁ ୯ ଟି ଆଦେଶରେ ପରିଚାଳନା କମିଟି ସହମତି ଥିବାବେଳେ ତିନୋଟି ଆଦେଶରେ କେଁ ଦେଖାଇଛି। ଯେଉଁଥିରେ ବଂଶାନୁକ୍ରମିକ ସେବା ଉଛେଦ ରହିଛି। ଏହି ଆଦେଶ କାର୍ଯ୍ୟକାରୀ ନକରିବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଗଜପତି ମହାରାଜା, ଜଗତଗୁରୁ ଶଂଙ୍କରାଚାର୍ଯ୍ୟଙ୍କ ଶରଣ ପଶି ସାରିଲେଣି ସେବାୟତ। କିନ୍ତୁ ଆଜି ଶ୍ରାମନ୍ଦିର ପରିଜାଳନା କମିଟି ବୈଠକରେ ଶ୍ରୀ ସୁବ୍ରମଣ୍ୟମ୍ ବଂଶାନୁକ୍ରମିକ ସେବା ସପକ୍ଷରେ ମତ ଦେଇଛନ୍ତି। କହିଛନ୍ତି ବଂଶାନୁକ୍ରମିକ ସେବା ରହୁ। ସେ ବଂଶାନୁକ୍ରମିକ ସେବା ସପକ୍ଷରେ ଅଛନ୍ତି। କିନ୍ତୁ ଯେଉଁ ପରିମାଣରେ ସେବକ ରହିଛନ୍ତି ତାହା ରହିବା ଉଚିତ୍ ନୁହଁ। ଆବଶ୍ୟକତା ଠାରୁ ଅଧିକ ସେବକ ଶ୍ରୀମନ୍ଦିରରେ ରହିଛନ୍ତି। ଯେଉଁଥିପାଇଁ ବାରମ୍ଭାର ବିଶୃଙ୍ଖଳା ସୃଷ୍ଟି ହେଉଛି। ଏଣୁ ସେବା ଅନୁଯାଇ ଆବଶ୍ୟକ ସେବକ ନିଯୁକ୍ତି କରାଯାଉ। ଯେଉଁମାନେ ସେବାସହ ଜଡିତ ନାହାନ୍ତି ବା ଅତିରିକ୍ତ ସେବା କରୁଛନ୍ତି ସେମାନଙ୍କୁ ବାଦ୍ ଦିଆଯାଉ। ଫଳରେ ଦର୍ଶକମାନେ ଶୃଙ୍ଖଳିତ ଦର୍ଶନ କରିବେ ଓ ଶ୍ରୀମନ୍ଦିର ଶୃଙ୍ଖଳା ଦେଖାଦେବ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି। ସେହି ଅନୁସାରେ ସେ ସୁପ୍ରିମ୍ କୋର୍ଟଙ୍କୁ ରିପୋଟ୍ ଦେବେ ବୋଲି କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ସେବାୟତ ସଂଖ୍ୟା ୨୨୦୦ ରହିଥିବା ଆମିକ୍ସ କ୍ୟୁରୀଙ୍କୁ ରିପୋର୍ଟ ଦେଇଛନ୍ତି। କିନ୍ତୁ ପ୍ରକୃତରେ ଏତେ ସଂଖ୍ୟକ ସେବାୟତ ନଥିବା ବିଭିନ୍ନ ନିଯୋଗର କର୍ମକର୍ତା ଗଣମାଧ୍ୟମ ଆଗରେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏଥିରେ ସଂଶୋଧନ କରିବା ଆବଶ୍ୟକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top