ରହସ୍ୟ ଘେରରେ ଚଣ୍ଡିଖୋଲ କଲେଜ ଛାତ୍ରୀ ଅପହରଣ ଏବଂ ଦୁଷ୍କର୍ମ ଘଟଣା , ଚର୍ଚ୍ଚା ବଢ଼ଲା

ଯାଜପୁର,୨୫/୪(ଓଡିଆପୁଅ/ମାନସ ରାଉତ)-ଚଣ୍ଡିଖୋଲ କଲେଜ ସମ୍ମ୍ୁଖରୁ ଜଣେ କଲେଜ ଛାତ୍ରୀକୁ ୩ ଜଣ ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଏହି ଘଟଣା ଅଧିକ ରହସ୍ୟ ହେବାରେ ଲାଗିଛି । ଚଣ୍ଡିଖୋଲ କଲେଜ ପଢ଼ୁଥିବା ଏହି ଛାତ୍ରୀ ଜଣକୁ ଭୂବନେଶ୍ୱରକୁ ଅପହରଣ କରିନେଇ ସେଠାରେ ଦୁଷ୍କର୍ମ କରାଯାଇଥିବା ଚର୍ଚ୍ଚା ଚାଲିଥିବା ବେଳେ ସେଠାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱର, ଏବଂ କଟକର କେହଁ ଏକ ବଡ ମେଡିକାଲରେ ଘରୋଇ ଡାକ୍ତରଖାନାରେ ଚିକିସôା ପାଇଁ ଭର୍ତ୍ତି କରାଯାଇଥିବା ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପୁଣି ଏକ ଖବର ବଜାରରେ ପ୍ରସାରିତ ହେବାରେ ଲାଗିଛି । ଏହି ପ୍ରଚାର ମଧ୍ୟରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତୁ୍ୟ ହୋଇସାରିଥିବା ବେଳେ ଏହାକୁ ଚପାଇ ଦେବାରେ ଉଦ୍ୟମ ଚାଲିଛି । ତେବେ ଘଟଣା ନେଇ ଅଦ୍ୟାବଧି ପୋଲିସରେ ୬/୭ିନ ତଳୁ କେବଳ ଝିଅର ନଖୋଜ ହୋଇଥିବା ନେଇ ଏକ କେସ୍ ରୁଜ ହୋଇଥିବା ଏବଂ ଏହାକୁ ତାଙ୍କ ମା ଦେଇଥିବା ଧର୍ମଶାଳା ଥାନା ଅଧିକାରୀ ପ୍ରକାଶ କରିବା ସହିତ ଏବେ ଝିଅ ଏବଂ ମା ମଧ୍ୟରେ କଥା ହୋଇଥିବାର ସୂଚନା ଦିଆଯାଇଛି । ତେବେ ଏଭଳି ଏକ ସମ୍ବେଦନ ଘଟଣାରେ ପୋଲସି କଣ ପାଇଁ ନିଖୋଜ ଘଟଣା ପରେ ଖୋଜିବାରେ ତତ୍ପରତା ପ୍ରକାଶ କରିନଥିଲା, ତା ମା କଣ ସବୁ ଜାଣି ନିଖୋଜ କେସ୍ କରିଥିଲା, ନା ପୋଲିସ ତାଙ୍କୁ ନେଖୋଜ କେସ୍ କରିବାକୁ ବାଧ୍ୟ କରିଥିଲା ତାହାକୁ ନେଇ ଏବେ ନାନାଦି ପ୍ରଶ୍ନ ଛିଡା ହୋଇଛି । ତେବେ ଏହି ଘଟଣା ଏବେ ଅଧିକ ରହସ୍ୟ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ନାନଦି କଥା ଶୁଣିବାକୁ ମିଳୁଛି । ଏହି ଘଟଣାରେ ସମ୍ପୁକ୍ତ ଥିବା ବଡଚଣା ପୂର୍ବାଂଚଳର ଏବଂ କିଛି ସ୍ଥାନୀୟ ଯୁବକ ଏହାକୁ ରଫା ଦଫା କରିବାରେ ଲାଗିପଡିଥିବା ଚର୍ଚ୍ଚା ଚାଲିଛି । ଅନ୍ୟ ପଟରେ ସେ ରହୁଥିବା ମେସରେ କୌଣସି କାଗଜପତ୍ର ପ୍ରଶାସନ କିମ୍ଭା ପୋଲିସ ପାଖରେ ନଥିବା ମଧ୍ୟ ଜଣାଯାଇଛି । ସେହି ମେସ୍ କୁ ରାତି ଅଧିରେ ଯିଏ ନାହିଁ ସିଏ ଅବାଧରେ ଯିବା ଆସିବା କରୁଥିବାର ଜଣାଯାଇଛି । ମେସ ପରିଚାଳକ କିଏ ସେ କଲେଜକୁ ସେଠାରେ କେତେ ଛାତ୍ରୀ ରହୁଛନ୍ତି କିଏ କିଏ ରହୁଛନ୍ତି ତାହାର ରିପୋର୍ଟ ମଧ୍ୟ ପ୍ରଦାନ କରିନଥିବା ଜଣାଯାଇଛି । ତେବେ ସମ୍ପୁକ୍ତ ଛାତ୍ରୀ ସହିତ ଯୁବକ ବା ତାଙ୍କ ପ୍ରେମିକକ ସମ୍ପର୍କ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଶୁଣାଯାଉଛି । ସମ୍ପର୍କରେ ସଂପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଏପରି ଘଟଣା ଘଟିଥିବା ସେ ଶୁଣିଥିଲେ ମଧ୍ୟ ପିଡୀତା ଜଣକ କଲେଜ ବାହାରେ ମେସରେ ରହୁଥିବାରୁ ସେ ସବିଶେଷ ତଥ୍ୟ ନେଇ ଅବଗତ ହୋଇ ନଥିବା କହିଥିଲେ । ଏପରି ଅଭାବନୀୟ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଏଥିନେଇ ପୋଲିସ ମଧ୍ୟ ତାଙ୍କ ପରିବାର ଲୋକେ ମୁହଁ ଖୋଲୁନଥିବାରୁ ଅଧିକ ତଦନ୍ତ କରାଯାଉନାହିଁ ବୋଲି ଖୋଦ୍ ଥାନା ଅଧିକାରୀ କହିଛନ୍ତି । ତେବେ ପୋଲିସ କଣ ଏଭଳି ଘଟଣରେ ନିଜ ପକ୍ଷରୁ ମାମଲା ରୁଜୁ କରି ଘଟଣାର ପର୍ଦ୍ଦାଫାସ କରିବା ପୋଲିସର କର୍ତ୍ତବ୍ୟ ନୁହେଁ ବୋଲି ସାଧରଣରେ ଆଲୋଚନା ଚାଲିଛି । ଏଭଳି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି । ପ୍ରେମ ସଂପର୍କକୁ ନେଇ ଏପରି ଘଟଣା ଘଟିଥିଲା ବେଳେ ଛାତ୍ରୀ ଜଣକୁ ଭଲ ପାଉଥିବା ପ୍ରେମିକ ଅନ୍ୟ ଦୁଇ ସହଯୋଗୀଙ୍କ ଦ୍ୱାରା ଏପରି କାଣ୍ଡ ଘଟାଇଥିବା ବେଶ ବଜାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *