ଓଡ଼ିଶା

ରହସ୍ୟଜନକ ଭାବେ ଯୁବତୀ ଚାଲାଣ, ତଦନ୍ତ ଦାବି: ପୋଲିସର ନୀରବତା ନେଇ ଅସନ୍ତୋଷ

ବଲାଙ୍ଗୀର ୧୩-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବାହ୍ୟ ରାଜ୍ୟରୁ ଓଡ଼ିଶା ଆସି ଗରିବ ଶ୍ରେଣୀ ପରିବାରର ଅଭାବ ଅନାଟନର ସୁଯୋଗ ନେଇ ନା ନା ପ୍ରଲୋଭନ ଦେଇ ବିବାହ କରିବେ କହି ନେଇ ନିର୍ଯ୍ୟାତନା ଦେବା ଓ ବିକ୍ରି କରିଦେବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ଜିଲ୍ଲାର ଟିଟିଲାଗଡ ହାଟପଦା ପଡାର ଜଣେ ବର୍ଷୀୟା ନାବାଳିକାକୁ ବିକ୍ରି କରାଯାଇଥିବା ପରି ଗୁରୁତର ଅଭିଯୋଗ ହୋଇଛି। ଟିଟିଲାଗଡ ଥାନା ଅନ୍ତର୍ଗତ ହାଟପଦା ପଡା ର କୃପା ଘିବେଲାଙ୍କ ଝିଅ ହିମାନି ଘିବେଲା ଅଗଷ୍ଟ ୨ ତାରିଖ ସକାଳେ ଗାଧୋଇଯାଇ ଆଉ ଫେରି ନ ଥିଲା। ଝିଅକୁ ନ ପାଇ ଟିଟିଲାଗଡ ପୋଲିସ ରେ ଏତଲା ବି ଦେଇଥିଲେ ହେଲେ ଆଜି ସୁଦ୍ଧା କିଛି ସୁରାକ ମିଳି ପାରିନି। ପ୍ରକାଶ ଯେ ଉକ୍ତ ଅଂଚଳ ର ଜଣେ ବ୍ୟକ୍ତି ବାହ୍ୟ ରାଜ୍ୟ ରେ ବିବାହ କରାଇଦେବା କହି ନାନାପ୍ରଲୋଭନ ଦେଇ ଆସୁଥିଲେ ହେଲେ ପରିବାର ଲୋକେ ନାରାଜ ଥିଲେ। ତେବେ ଉକ୍ତ ହଟାତ ଗତ ଅଗଷ୍ଟ ମାସ ଦୁଇ ତାରିଖ ସକାଳ ସାତଟା ରେ ଗାୟବ ହୋଇ ଯାଇଥିଲା। ଝିଅ କୁ ମତ୍ତେଇ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଏତେ ଦିନ ଧରି ପୋଲିସ ନା ନା ଆଳରେ ଦିନ ଗଡେଇ ହଇରାଣ କରି ଆସିବା ଓ ଆଜି ପର୍ଯ୍ୟନ୍ତ ଏତଲା ନକଲ ଟିଏ ମଧ୍ୟ ଦେଇ ନ ଥିବା ପରିବାର ଲୋକେ ଜଣାଇଛନ୍ତି। ବିଭିନ୍ନ ଅଜଣା ନମ୍ବର ରୁ ନା ନା ଧମକ ଚମକ ପରିବାର ଲୋକଙ୍କୁ ଆସୁଥିବା ବେଳେ ପୋଲିସ ନିରବ ସଜୀବ ଏକ ପରୀତାପ ର ବିଷୟ। ଏ ନେଇ ମହିଳା କମିଶନ ତଥା ଅନ୍ୟ ପଦାଧିକାରୀଙ୍କ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ପ୍ରକାଶ ପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top