ଓଡ଼ିଶା

ରଶି ଲଗାଇ ଆତ୍ମହତ୍ୟା

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ସରପଦା ଗ୍ରାମ ନିକଟ ଚାଷ ଜମି ମଧ୍ୟରେ ଥିବା ଏକ ଲିମ୍ବ ଗଛରୁ ଫାଶିରେ ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମ ପ୍ରଫୁଲ୍ଲ ମୁଣ୍ଡା(୫୦) ଘର ଆଦିବାସି କଲୋନି, ବାଘୁରାଇ, ଭଦ୍ରକ ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ପ୍ରାୟ ୯ ଟା ବେଳେ ସ୍ଥାନୀୟ ଲୋକ ମାନେ ଲିମ୍ବ ଗଛରେ ଜଣେ ବ୍ୟକ୍ତି ଫାସିଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ତତ୍କ୍ଷଣାତ୍ ଥାନାକୁ ଜଣାଯିବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଶବ ଜବତ୍ କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାପଡ଼ିଛି। ଥାନାରେ ୧୭/୧୮ ମୂଳେ ଏକ ମାମଲା ରୁଜୁହୋଇ ତଦନ୍ତ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top