ଜିଲ୍ଲା ପରିକ୍ରମା

ରରୁଆଁ ବ୍ଳକ୍ ଗସ୍ତରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ରରୁଆଁ, ୨୩ା୫ (ଓଡ଼ିଆ ପୁଅ/ସୁବ୍ରତ ଖୁଣ୍ଟିଆ)- ବାରିପଦାଠାରୁ ୧୩୦କି.ମି. ଦୂରରେ ଅବସ୍ଥିତ ରରୁଆଁ ବ୍ଳକ୍ ରେ ନୂତନ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଥମକରି ସରକାରୀ ଗସ୍ତରେ ଆସିଥିଲେ। ବୁଧବାର ପୂର୍ବାହ୍ଣ ୧୦ଟା ୫୫ରେ ବ୍ଳକ୍ କାର୍ଯ୍ୟାଳୟରେ ପହଞ୍ଚି ବ୍ଳକ୍ ଅଧ୍ୟକ୍ଷା ପଙ୍କଜିନୀ ନାଏକ, ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ, ବିଡିଓ ଜୟଶ୍ରୀ ବେଉରା, ତହସିଲଦାର ବୀରସେନ୍ ବେହେରା, ଜିଲ୍ଲାପରିଷଦ ସଭ୍ୟ ସୁଦନ ଗିରିଙ୍କ ସମେତ ବିଭିନ୍ନ ବିଭାଗର ବ୍ଳକ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ମନରେଗା ଯୋଜନାରେ ଫାର୍ମ ପଣ୍ଡ, ଡଗ୍ ୱେଲ୍, ପାନୀୟ ଜଳ ଯୋଗାଣ, ଭତ୍ତା, ଖାଉଟି ସୁରକ୍ଷା ଯୋଜନାର ପ୍ରଗତି ସମ୍ବନ୍ଧରେ ସବିଶେଷ ସମୀକ୍ଷା କରିଥିଲେ। ତେବେ ରରୁଆଁରେ ସରକାରୀ ଯୋଜନାରେ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଆହୁରି ମଧ୍ୟ ଜିଲ୍ଲାପାଳ ଆସିଥିବା ଖବରପାଇ ବିଭିନ୍ନ ପଞ୍ଚାୟତର ଜନସାଧାରଣ ଆପତ୍ତି ଅଭିଯୋଗ କରିବାକୁ ବ୍ଳକ୍ କାର୍ଯ୍ୟାଳୟରେ ଭିଡ ଲଗାଇଥିଲେ। ସେଥିମଧ୍ୟରୁ ମୁକୁନା ଓ ରୁଞ୍ଜବିନ୍ଧା ଗ୍ରାମରୁ ୫୦ରୁ ଉର୍ଦ୍ଧ୍ୱ ମହିଳା ଗ୍ରାମ ରାସ୍ତାରେ ବାଲିଘାଟକୁ ଯା’ଆସ କରୁଥିବା ଭାରୀଯାନ ଚଳାଚଳକୁ ବିରୋଧକରି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରିଥିଲେ। ସମୀକ୍ଷା ବୈଠକ ଶେଷରେ ଜିଲ୍ଲାପାଳ ରରୁଆଁ ପଞ୍ଚାୟତର ଗୁହାଳପୁର ଓ ଭଞ୍ଜବେଡା ଗ୍ରାମକୁ ଯାଇ ସରକାରୀ ଆବାସ, ଡଗ୍ୱେଲ୍, ଶୌଚାଳୟ ପ୍ରଭୃତି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top