ଜିଲ୍ଲା ପରିକ୍ରମା

ରମାଦେବୀଙ୍କ ୯୧ତମ ଜୟନ୍ତୀ ପାଳିତ

ପୁରୀ, ୧୧-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଶିଷ୍ଟ ସାରସ୍ୱତ ସାଧିକ ତଥା ସମାଜସେବୀ ରମା ଦେବୀଙ୍କର ୯୧ତମ ଜୟନ୍ତୀ ଦୁହିତା, ସୃଜନୀ ସାହିତ୍ୟ ସଂସଦ ଏବଂ ପୂଜ୍ୟପୂଜା ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ଦ୍ୱାରକାନାଥ ନିବାସ ଠାରେ ପାଳିତ ହୋଇଯାଇଛି। ଶିବସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର କାର୍ତ୍ତିକ ଦାସ ମୁଖ୍ୟ ଅତିଥି, ଶ୍ରୀମନ୍ଦିର ରାଜସ୍ୱ ଅଧିକାରୀ ମଧୁସୂଦନ ଦାସ ମୁଖ୍ୟବକ୍ତା, ଦିଗମ୍ବର ବେହେରା, ରମାଦେବୀ, ସୁକାନ୍ତ ପଣ୍ଡା, ଡକ୍ଟର ପୂର୍ଣ୍ଣେନ୍ଦୁ ଦାସ, ଇଂଅମର ଦାସ, ଆହ୍ଳାଦିନୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ରମାଦେବୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଗଳ୍ପ, କବିତା, ଆତ୍ମଜୀବନୀ ଆଦି ରଚନା କରି ସେ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇ ଉତ୍ତର ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ଅତିଥି ବକ୍ତାମାନେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ବାସନ୍ତୀ ମିଶ୍ରଙ୍କ ଦ୍ୱାରା ସ୍ୱାଗତ ବନ୍ଦନା କରାଯାଇଥିଲା। ଅନାମ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରଜ୍ଞା ପରମିତା ପଟ୍ଟନାୟକ, ଉମେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top