ad
ଓଡ଼ିଶା

ରବି ଋତୁରେ ୮୭% ଲକ୍ଷ୍ୟ ହାସଲ ୧୪୨୦୫ ହେକ୍ଟରରେ ଡାଳୁଅ ଧାନ ଚାଷ

ସମ୍ବଲପୁର, ୭ା୩(ଓଡ଼ିଆ ପୁଅ): ଚଳିତ ରବି ଋତୁରେ ବିଭିନ୍ନ ଫସଲ ପାଇଁ ସମ୍ବଲପୁର ଜିଲା ସକାଶେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ ହୋଇଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ମିଳିଥିବା ସୂଚନା ଅନୁଯାୟୀ ଫେବୃଆରୀ ୨୮ ତାରିଖ ସୁଦ୍ଧା ରବି ୨୦୧୮-୧୯ରେ ରବି ଧାନ ଚାଷ ସକାଶେ ୧୪ ହଜାର ୬୫୦ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୪ ହଜାର ୨୦୫ ହେକ୍ଟରରେ ଚାଷ ହୋଇଥିବା ଜଣାପଡ଼ିଛି। ଗତ ୨୦୧୭-୧୮ ରବି ଋତୁରେ ୧୪୬୧୦ ହେକ୍ଟରରେ ଡାଳୁଅ ଧାନ ଚାଷ ହୋଇଥିଲା। ସେହିପରି ଗହମ ଚାଷ ଲକ୍ଷ୍ୟ ଚଳିତ ବର୍ଷ ୧୦୦ ହେକ୍ଟର ଥିବାବେଳେ ୭୨ ହେକ୍ଟରରେ (ଗତବର୍ଷ ୭୨ ହେକ୍ଟର) ଚାଷ ହୋଇଛି। ରବି ଋତୁରେ ମକା ଧାର୍ଯ୍ୟ ଲକ୍ଷ୍ୟ ୪୦୦ ହେକ୍ଟରରୁ ୩୬୨ ହେକ୍ଟର (ଗତବର୍ଷ ୩୧୫ ହେକ୍ଟର) ହୋଇଥିବା ବେଳେ ମୁଗ, ବିରି, କୋଳଥ ଆଦି ଡାଲିଜାତୀୟ ଫସଲ ସକାଶେ ଧାର୍ଯ୍ୟ ଲକ୍ଷ୍ୟ ୧୫୩୦୦ ହେକ୍ଟରରୁ ୧୧୧୪୩ ହେକ୍ଟର (ଗତବର୍ଷ ୧୨୨୪୯ ହେକ୍ଟର), ବାଦାମ, ସୋରିଷ, ସୂର୍ଯ୍ୟମୁଖୀ ଆଦି ତୈଳଜାତୀୟ ଫସଲ ସକାଶେ ଧାର୍ଯ୍ୟ ଲକ୍ଷ୍ୟ ୧୧୪୦୦ ହେକ୍ଟରରୁ ୯୨୮୧ ହେକ୍ଟର (ଗତବର୍ଷ ୯୯୦୨ ହେକ୍ଟର), ଆଳୁ, ପିଆଜ ଓ ଅନ୍ୟ ପନିପରିବା ଧାର୍ଯ୍ୟ ଲକ୍ଷ୍ୟ ୧୮୦୫୦ ହେକ୍ଟରରୁ ୧୬୨୩୬ ହେକ୍ଟର (ଗତବର୍ଷ ୧୬୫୬୭ ହେକ୍ଟର), ଲଙ୍କା, ରସୁଣ, ଧନିଆ ଆଦି ମସଲା ଜାତୀୟ ଫସଲ ଧାର୍ଯ୍ୟ ଲକ୍ଷ୍ୟ ୭୭୫୦ ହେକ୍ଟରରୁ ୭୬୨୫ ହେକ୍ଟର (ଗତବର୍ଷ ୭୫୭୭ ହେକ୍ଟର) ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ସର୍ବମୋଟ ଚଳିତ ରବି ଋତୁରେ ୬୭୬୯୦ ହେକ୍ଟରରେ ବିଭିନ୍ନ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଫେବୃଆରୀ ୨୮ ତାରିଖ ସୁଦ୍ଧା ୫୮୯୫୯ ହେକ୍ଟରରେ ଚାଷ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୨୦୧୮ ଖରିଫ ଋତୁରେ ସମ୍ବଲପୁର ଜିଲାର ୧୯୩୮୩୦ ହେକ୍ଟରରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୦୨୫୦୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ ଧାନକୁ ମିଶାଇ ୧୦୭୩୦୦ ହେକ୍ଟର ଜମିରେ ଭିନ୍ନ ଭିନ୍ନ କିସମର ଧାନ ଫସଲ କରାଯାଇଛି। ଅନ୍ୟପକ୍ଷରେ ଖରିଫରେ ୩୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ, ୧୩୧୧୦ ହେକ୍ଟର ଜମିରେ ତୈଳବୀଜ, ୨୬୯୦୦ ହେକ୍ଟର ଜମିରେ ପନିପରିବା, ୭୩୭୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top