ରବିନ୍ଦ୍ର ମଣ୍ଡପରେ ପଞ୍ଚଦଶ ଶତାବ୍ଦୀରେ ରଚିତ ସଂସ୍କୃତ ନାଟକ ‘ପର୍ଶୁରାମ ବିଜୟ’ ପରିବେଷିତ

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ଅଜିତ୍ ଥିଏଟର ଗ୍ରୁପ୍ ଦ୍ୱାରା ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ପଞ୍ଚଦଶ ଶତାବ୍ଦୀରେ ରଚିତ ସଂସ୍କୃତ ନାଟକ ‘ପର୍ଶୁରାମ ବିଜୟ’ ପରିବେଷିତ ହୋଇଯାଇଛି। ଏହି ଐତିହ୍ୟ ସମ୍ପନ୍ନ ପୁରାତନ ମଞ୍ଚ ନାଟକକୁ ସାମ୍ପ୍ରତିକ ମଞ୍ଚ କଳା ମଧ୍ୟରେ ପ୍ରସାର କରାଯିବା ଲକ୍ଷ୍ୟରେ ଏକ ଘଣ୍ଟା ଅବଧିର ଏହି ନାଟକଟି ସଂସ୍କୃତରେ ରଚିତ। ଯେହେତୁ ଏହି ନାଟକଟି ବୀରରସ ଉପରେ ଆଧାରିତ ସେଥିଲାଗି ଆବଶ୍ୟକ ସ୍ଥଳେ ଏଥିରେ ଛଉ ନୃତ୍ୟ ବ୍ୟବହାର କରାଯାଇଛି। ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି ନାଟକଟି ସଂସ୍କୃତରେ ରଚିତ ହୋଇଥିଲେ ହେଁ ନାଟକରେ ପ୍ରଥମ କରି ଓଡ଼ିଆ ଭାଷାରେ ଗୀତଟିଏ ସନ୍ନିବେଶିତ ହୋଇଅଛି, ଯାହା ଏହା ପୂର୍ବରୁ ଓଡ଼ିଶାରେ କେବେ ପରିଲକ୍ଷିତ ହୋଇନାହିଁ। ଏହା ସଂସ୍କୃତରେ ରଚିତ ହୋଇଥିବାରୁ ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ସଂସ୍କୃତ ଭାଷାରେ ସଂଳାପ ପରିବେଷଣ କରିଅଛନ୍ତି।

ଏହାକୁ ସମ୍ପାଦନା କରିଛନ୍ତି ସନ୍ତୋଷ ମହାପାତ୍ର ଓ ନିର୍ଦ୍ଦେଶନା ଦେଇଛନ୍ତି ଅଜିତ ଦାସ। ଡଃ ବିଜୟ ଜେନାଙ୍କ ଦ୍ୱାରା ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଏହାର ନୃତ୍ୟ ନିର୍ଦେଶନା ଦେଇଛନ୍ତି ଗୁରୁ ସଦାଶିବ ପ୍ରଧାନ ଏବଂ ସହନିର୍ଦେଶକ ଆନନ୍ଦ ଅଛନ୍ତି। ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଡଃ ରମେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ନାଟକ, ସଂନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।

ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ଅନୁମୋଦିତ ଏହି ଅନୁଷ୍ଠାନ ନିୟମିତ ଭାବରେ ନାଟକ ତଥା କଳାକାରଙ୍କୁ ପ୍ରଶିକ୍ଷିତ କରାଉଅଛି। ଗତ ୨୦୦୧ ମସିହାରୁ ବିଶିଷ୍ଟ ଅଭିନେତା ତଥା ନିର୍ଦେଶକ ଅଜିତ ଦାସ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ପ୍ରାକ୍ତନ ଛାତ୍ର ତଥା ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟଙ୍କ ନାମରେ ଅଜିତ ନାଟ୍ୟସଂସ୍ଥା ନାମିତ। ବିଗତ ୧୭ ବର୍ଷ ଧରି ବିଭିନ୍ନ ପ୍ରକାର ଓଡ଼ିଆ କ୍ଲାସିକ ରଚନାକୁ ନାଟ୍ୟ ରୂପ ଦେଇ ମଞ୍ଚସ୍ଥ କରିବାରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଅନ୍ୟ ନାଟକମାନଙ୍କ ମଧ୍ୟରେ ବୁଢ଼ା ଶଙ୍ଖରୀ, ରେବତୀ, ଅନୁପ୍ରାସ, ସନ୍ଧ୍ୟା ଛାୟା, ସଦଗତି, ଛ’ ମାଣ ଆଠଗୁଣ୍ଡ, ମାମୁଁ, ନାକଟା ଚିତ୍ରକର, ଜୟଦେବ ଗୀତଗୋବିନ୍ଦ, କିମ୍ବଦନ୍ତୀ, ନିଧିବାକୁ ଘରେ ଅଛ, ଏ ନବଘନର ଘର ଓ ଶ୍ରେତପଦ୍ମ ଭଳି ନାଟକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ କରିଅଛି।

Leave a Reply

Your email address will not be published. Required fields are marked *