ଜିଲ୍ଲା ପରିକ୍ରମା

ରଥ ପାଇଁ ଗଛଟିଏ; ସମାଜସେବୀଙ୍କ ଉଦ୍ୟମରେ ଶତାଧିକ ଜଙ୍ଗଲି ବୃକ୍ଷ ରୋପଣ

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ଦିବ୍ୟସିଂହ ଦେବଙ୍କ ଆହ୍ୱାନକ୍ରମେ ରଥ ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଚାନ୍ଦମା ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସୁରେଶ କୁମାର ହୋତାଙ୍କ ଉଦ୍ୟମରେ ମା ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଏଠାରେ ଶତାଧିକ ମହାନିମ୍ବ, ନିମ୍ବ, ଶାଳ, ପିଆଶାଳ, କରଞ୍ଜ, ନାଗାର୍ଜ୍ଜୁନ, ଶିଶୁ, ପଣସ ସହ ଅନେକ ଔଷଧୀୟ ବୃକ୍ଷରୋପଣ କରାଯାଇଛି । ଯାଜପୁରରୋଡ ଥାନା ଅଧିକାରୀ ଅଭିତାଭ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ପରିବେଶ ସଚେତନତା ଉପରେ ଏକ ଆଲୋଚନାଚକ୍ର ବ୍ୟାସନଗର ସ୍ୱୟଂଶାସିତ ମହାବିଦାଳୟର ଇଂରାଜୀ ବିଭାଗ ମୁଖ୍ୟ ଡ. କୁଶଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା, ମୁଖ୍ୟବକ୍ତାଭାବେ ବରିଷ୍ଠ ନାଗରିକ ମଂଚର ସାଧାରଣ ସଂପାଦକ ଚନ୍ଦ୍ରମଣି ସାମଲ, ଅତିଥିଭାବେ ଇଂ.ବିଶ୍ୱଜିତ୍ ମହାନ୍ତି, ବୀରକିଶୋର ରାଉତ, ଜ୍ଞାନରଂଜନ ରାଉତ, ରାହାସ ବିହାରି ପ୍ରଧାନ, ସାମ୍ବାଦିକ ଜୟଶଂକର ଦାସ, ବନବିଭାଗ କର୍ମଚାରୀ ବେଣୁଧର ବେଉରିଆ ପ୍ରମୁଖ ପରିବେଶ ସଚେତନତା ଉପରେ ଅଲୋକପାତ କରିଥିଲେ । ରଙ୍ଗାଧର ହୋତା, ବିଦ୍ୟାଧର ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ବ୍ରଜେଶ୍ୱରୀ ସିଂ, ନକୁଳ ଚନ୍ଦ୍ର ବଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ବ୍ୟାପକ କରିବାକୁ ମତ ଦେଇଥିଲେ । କ୍ରୀଡାବିତ୍ ଅଲେଖ ଚରଣ ମଲ୍ଲିକ ଦନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top