ଆମ ସଂସ୍କୃତି, କଳା ଓ ଐତିହ୍ୟ

ରଥ ନିର୍ମାଣ କାର୍ଯ୍ୟରେ ରୂପକାର ସେବା

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ନୃସିଂହ ଚତୁର୍ଦ୍ଦଶୀରେ ରଥଖଳାରେ ୩ ରଥର ଭୁଜ ଅନୁକୂଳ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାପ୍ରସାଦ ଓ ନଡିଆ ସମର୍ପଣ ପରେ ରୂପକାରମାନେ ଭୁଜ ଅନୁକୂଳ କରିଥିଲେ। ଭୁଜରେ ରୂପକାରମାନେ ନୃସିଂହ ମୂର୍ତ୍ତି ଖୋଦେଇ କରି ଏହି କାର୍ଯ୍ୟର ଶୁଭ ଅନୁକୂଳ କରିଥିଲେ। ବର୍ତ୍ତମାନ ୩ ରଥର ୧୯ଜଣ ରୂପକାର କୋଣ ଭୂଜକୁ ଖୋଦେଇ କରି ରଜ ବିରାଳ ମୂର୍ତ୍ତି ଖୋଦେଇ କରିଛନ୍ତି। ରଥ ନିର୍ମାଣରେ ରୂପକାରମାନଙ୍କ ସେବା ଅନନ୍ୟ। ପରମ୍ପରା ଗତ ଭାବେ ରୂପକାରମାନେ ରଥ ନିର୍ମାଣରେ ଏହି କାର୍ଯ୍ୟ କରି ଆସୁଛନ୍ତି। ତାଳଧ୍ୱଜ ରଥରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦେବୀ ସୁଭଦ୍ରାଙ୍କ ରଥରେ ମନମୋହନ ମହାପାତ୍ର ଏବଂ ନନ୍ଦିଘୋଷ ରଥରେ କୃଷ୍ଣଚନ୍ଦ୍ର ମହାପାତ୍ର। ବଂଶାନୁକ୍ରମେ ଓ ପରମ୍ପରା ଗତ ଭାବେ ରୂପକାର ସେବା କରି ଆସୁଛନ୍ତି। ଭୂଜରେ ନୃସିଂହ ମୂର୍ତ୍ତିମାନେ ହେଲେ ହୋ ନୃସିଂହ ମହାପ୍ରଭୁଙ୍କ ସୁରକ୍ଷାରେ ରହିବ ବୋଲି ବିଶ୍ୱାସ କରାଯାଏ। ରୂପକାରମାନେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୬ଟି କୋଣ ଭୂଜ ସୁଭଦ୍ରାଙ୍କ ରଥ ୧୨ଟି କୋଣ ଭୂଜରେ ସିଂହ ଓ ବିରାଳ ଖୋଦେଇ ଦେଇ କରୁଥିବା ବେଳେ ନନ୍ଦିଘୋଷ, ତାଳଧଧ୍ୱଜ ରଥରେ ୧୦ଟି ପଟାଭୂଜ ଏବଂ ଦେବୀ ରଥର ୮ଟି ପଟାଭୂଜରେ ଖୋଦେଇ କରିଥାନ୍ତି। ୩ରଥରେ ୮ଟି କରି ନାଟକୋଜ ପରବା ମୁହାନ୍ତି ଆଦିର ମଧ୍ୟ ରୂପକାରମାନଙ୍କ ନିହାଣ ସ୍ପର୍ଶ ଖୋଦିତ ହୋଇଥାଏ। ନାଟକଡରେ ଛନ୍ଦ ରାକ୍ଷସ ପରବା ଦେହରେ ବାହୁ ମୁଣ୍ଡ ଓ ମଗର ମୁଣ୍ଡ ଖୋଦେଇ କରାଯାଇଥାଏ। ସିଂହାସନରେ ମଧ୍ୟ ରୂପକାରମାନଙ୍କ ଦ୍ୱାରା କଳସ, ପଦ୍ମ କଢ଼ି ଏବଂ ଡାଳ ଇତ୍ୟାଦି ଖୋଦେଇ କରାଯାଇଥାଏ। ରଥ ନିର୍ମାଣରେ ପର୍ଯ୍ୟାୟକ୍ରମେ ରୂପକାରମାନେ ଏହି ସବୁ କାର୍ଯ୍ୟ କରିଥାନ୍ତି। ରୂପକାରମାନେ ପ୍ରାୟ ଓଳିଟିଏ କାର୍ଯ୍ୟ କରିଥାନ୍ତି। ରାଜା ରାଜୁଡା ଅମଳରୁ ବେଠି ବାବଦ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉଛି। ରଥ ପରେ ପ୍ରଶାସନ ସେମାନଙ୍କୁ ଏହି ବାବଦ ଚଢ଼େଇ ନେଦା ତାଡ ମିଳିଥାଏ। ଯାହାକୁ ସମସ୍ତେ ବାଣ୍ଟି ନେଇଥାନ୍ତି। ଛେରା ପହଁରା ପରେ ରୂପକାରମାନେ ରଥରେ ଘୋଡା ବାନ୍ଧିଥାନ୍ତି। ନବକଳେବର ସମୟରେ ନୂଆ ଘୋଡା, ସାରଥି, ପାର୍ଶ୍ୱ ଦେବତା, ଅଅଁଳା, କଳସ ଓ ଦୂଆର ଆଦି ରୂପକାରମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥାଏ। ପ୍ରତିବର୍ଷ ମଧ୍ୟ ଏଗୁଡିକର ମରାମତି ଓ ରଙ୍ଗ କରିବାର ଦାୟିତ୍ୱ ରୂପକାରମାନଙ୍କର। ଏବେ ରୂପକାରମାନେ ରଥଖଳାରେ କୋଣଭୂଜରେ ଗଜ, ବିରାଳ ଖୋଦେଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ପର୍ଯ୍ୟାୟ କ୍ରମେ ନାଟଗୋଡ, ପଟାକୁଜ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top